Get Updates
Get notified of breaking news, exclusive insights, and must-see stories!

ଦର୍ଶକଙ୍କୁ ମତୁଆଲା କରୁଛି ନୋରାଙ୍କ ବେଲି ଡ୍ୟାନ୍ସ , କିଛି ମିନିଟରେ ହେଲା ଭାଇରାଲ

ଦର୍ଶକଙ୍କୁ ମତୁଆଲା କରୁଛି ନୋରାଙ୍କ ବେଲି ଡ୍ୟାନ୍ସ ।

nora_fatehi

Nora Fatehi Belly Dance Viral Video: ବଲିଉଡର ଟପ୍ ଡ୍ୟାନ୍ସରଙ୍କ ମଧ୍ୟରୁ ନୋରା ଫତେହି ଜଣେ । ନିଜ ଡ୍ୟାନ୍ସ ଏବଂ ସୁନ୍ଦର ଅନ୍ଦାଜ୍ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଡ୍ୟାନ୍ସିଂ କୁଇନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନୋରା ଫତେହି ଆମେରିକାରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଏଣ୍ଟରଟେନର୍ସ ଟୁର ସମୟରେ ମଞ୍ଚରେ ଜବରଦସ୍ତ ବେଲି ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି ।

ଇନଷ୍ଟାଣ୍ଟ୍ ବଲିଉଡ୍ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ନୋରା ଫତେହି ଲାଲ୍ ଷ୍ଟାଇଲିସ୍ ପୋଷାକରେ ମଞ୍ଚରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ନୋରା ଫତେହି ନିଜ ଫେମସ୍ ଗୀତ ଖୁସୁ ଖୁସୁରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓରେ ନୋରା ଫତେହିଙ୍କ କିଲର୍ ଡ୍ୟାନ୍ସ ଦର୍ଶକଙ୍କୁ ମତୁଆଲା କରିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ନୋରାଙ୍କ ଏହି ଭିଡିଓ ଉପରେ ପ୍ରଶଂସକଙ୍କ ଲାଇକ୍ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି ।


ନୋରା ଫତେହିଙ୍କ ବ୍ୟତୀତ ଅନ୍ୟ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଏହି ଆମେରିକୀୟ ଏଣ୍ଟଟେନମେଣ୍ଟ ଟୁରରେ ସାମିଲ ହୋଇଛନ୍ତି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମୌନି ରୟ, ଦିଶା ପଟାନିଙ୍କ ପରି କଳାକାର ଏହି ଲିଷ୍ଟରେ ସାମିଲ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ନୋରା ଏବଂ ଅକ୍ଷୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+