ନୋରାଙ୍କୁ ପ୍ରେମ ବଦଳରେ ମିଳିଥିଲା ଧୋକ୍କା, ଜାଣନ୍ତୁ କେଉଁ ଅଭିନେତାଙ୍କ ସହ ଥିଲା ସମ୍ପର୍କ
ନୋରାଙ୍କୁ ପ୍ରେମ ବଦଳରେ ମିଳିଥିଲା ଧୋକ୍କା, ଜାଣନ୍ତୁ କେଉଁ ଅଭିନେତାଙ୍କ ସହ ଥିଲା ସମ୍ପର୍କ
ମୁମ୍ବାଇ: ପ୍ରାୟତଃ ନିଜ ଡ୍ୟାନ୍ସ ଓ ଲୁକ୍ ପାଇଁ ହେଡଲାଇନ୍ସରେ ରହିଥାନ୍ତି ଅଭିନେତ୍ରା ନୋରା ଫତେହି । ଅଭିନେତ୍ରୀଙ୍କ ବୃତ୍ତିଗତ ଜୀବନ ବେଶ ପପୁଲାର, କିନ୍ତୁ ସର୍ବଦା ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି ଡ୍ୟାନ୍ସସିଂ କୁଇନ୍ । ସେ ନିଜ ପ୍ରେମ ଜୀବନ କିମ୍ବା ନିଜ ସାଥିଙ୍କ ବିଷୟରେ କେବେ ଆଲୋଚନା କରନ୍ତି ନାହିଁ । ହେଲେ 'ଝଲକ ଦିଖଲା ଜା ୧୦'ର ମଞ୍ଚରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ' ନିଜ ପ୍ରେମ ଜୀବନ ବିଷୟରେ ଆଲୋଚନା କରି ଭାବୁକ ହୋଇ ପଡିଥିଲେ ।

ନୋରା ଫତେହି ଆଜିକାଲି ସେଲିବ୍ରିଟି ଡ୍ୟାନ୍ସ ରିଅଲିଟି ସୋ 'ଝଲକ ଦିଖଲା ଜା 10'କୁ ଜଜ୍ କରୁଛନ୍ତି । ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ କରଣ ଜୋହର ମଧ୍ୟ ଏହି ସୋ'ରେ ନଜର ଆସୁଛନ୍ତି । ଆଉ କିଛି ଦିନ ମଧ୍ୟରେ ଏହି ସୋ' ଶେଷ ହେବା ପାଇଁ ଯାଉଛି । ଅତୀତରେ ଏହାର ଗ୍ରାଣ୍ଡ୍ ଫାଇନାଲ୍ ଥିଲା, ଯେଉଁଠାରେ ସମସ୍ତ ପ୍ରତିଯୋଗୀମାନଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଥିଲା । ଏହି ସମୟରେ Sriti Jha ନିଜ ଡ୍ୟାନ୍ସରେ ନୋରା ଫତେହିଙ୍କ ପୁରୁଣା ଦିନ ଓ ଏକ୍ସ ବୟଫ୍ରେଣ୍ତଙ୍କ କଥା ମନେ ପକାଇଦେଥିଲେ ।
ବାସ୍ତବରେ, Sriti Jha ନିଜ କୋରିଓଗ୍ରାଫରଙ୍କ ସହ ନୋରା ଫତେହି ଏବଂ ବିକି କୌଶଲଙ୍କ ଗୀତ 'ବଡା ପସତାଉଗେ' ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀଙ୍କ ଏହି ଡ୍ୟାନ୍ସ ଦେଖିବା ପରେ ନୋରା ଫତେହି ଭାବୁକ ହୋଇ ପଡିଥିଲେ । ଏହି ସମୟରେ ସେ ତାଙ୍କର ପୁରୁଣା ପ୍ରେମ ଏବଂ ଧୋକ୍କାକୁ ମନେ ପକାଇଥିଲ । ନୋରା କହିଥିଲେ, ଏହା ତୁମର ଶ୍ରେଷ୍ଠ ପ୍ରଦର୍ଶନ । ନୋରା ଫତେହି ଏହା ମଧ୍ୟ କହିଥିଲେ ଯେ ଏହା ତାଙ୍କର ଖାସ୍ ଗୀତ । ଏହି ଗୀତର ସୁଟିଂ ସମୟରେ ସେ ବ୍ୟକ୍ତିଗତ ଭାବେ ଖରାପ ସ୍ଥିତି ଦେଇ ଗତି କରୁଥିଲେ । କାରଣ ସେହି ସମୟରେ ତାଙ୍କର ବ୍ରେକ ଅପ୍ ହୋଇଥିଲା । ନିଜ ଭାବନା ସେ ଗୀତରେ ଦେଖାଇବା ପାଇଁ ଚେଷ୍ଟା କରିଥିଲେ । ନୋରା ଫତେହି ଅଭିନେତା ଅଙ୍ଗଦ ବେଦୀଙ୍କ ସହ ସମ୍ପର୍କରେ ଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications