Get Updates
Get notified of breaking news, exclusive insights, and must-see stories!

ମୋତେ କୌଣସି ଫିଲ୍ମରେ କାଷ୍ଟ କରାଯାଉ ନଥିଲା, ବଲିଉଡର ରାଜନୀତି ମୋତେ ପସନ୍ଦ ନୁହେଁ:ପ୍ରିୟଙ୍କା ଚୋପ୍ରା

priyanka chopra

ମୁମ୍ବାଇ: ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା । ଆଜି ଦେଶ ବିଦେଶରେ ଏକ ପରିଚିତ ଚେହେରା । ବଲିଉଡ-ହଲିଉଡ ଅନେକ ଫିଲ୍ମରେ ଅଭିନେତ୍ରୀଙ୍କର ଜଲୱା ଦେଖିବା ପାଇଁ ମିଳିଛି । ନିଜ ଅଭିନୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଖୁବ୍ ଶୀଘ୍ର ଏହି ଅଭିନେତ୍ରୀ ରିଚର୍ଡ ମେଡେନ୍ ଷ୍ଟାରର୍ ରୁସୋ ବ୍ରଦର୍ସ 'ସିଟାଡେଲ'ରେ ନଜର ଆସିବେ ।

ଏହା ବ୍ୟତୀତ ପ୍ରିୟଙ୍କାଙ୍କ ହାତରେ ରହିଛି ଅନେକ ଇଣ୍ଟରନ୍ୟାସନାଲ୍ ପ୍ରୋଜେକ୍ଟ । ନିକଟରେ ଏକ ପୋଡକାଷ୍ଟରେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ କାମ କରିବା ପାଇଁ ଆମେରିକା ଯିବାର ନିଷ୍ପତ୍ତି କ'ଣ ପାଇଁ ନେଇଥିଲେ । ଯାହା ପରେ ପ୍ରଥମ ଥର ବଲିଉଡକୁ ନେଇ ନିଜ ମନ କଥା ପ୍ରଶଂସକଙ୍କୁ ଜଣାଇଥିଲେ ପିସି । ସେ ଖୋଲାଖୋଲି ଭାବେ କହିଥିଲେ ଯେ, ବଲିଉଡରେ କିଛି ଲୋକଙ୍କ ସହ ତାଙ୍କର ସମସ୍ୟା ଥିଲା ଏବଂ ସେ ରାଜନୀତିରୁ ଥକି ଯାଇଥିଲେ ।

ଏକ ପୋଡକାଷ୍ଟ ଶୋ'ଆର୍ମେଚେୟାର ଏକ୍ସପର୍ଟରେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା ସେ ବଲିଉଡ ଛାଡି କାମ କରିବା ପାଇଁ ଆମେରିକା କାହିଁକି ଚାଲି ଆସିଥିଲେ । ଯାହାର ଉତ୍ତରରେ ପିସି କହିଥିଲେ, 'ସାତ ଖୁନ୍ ମାଫ' ଫିଲ୍ମର ଶୁଟିଂ ଚାଲିବା ସମୟରେ ତାଙ୍କୁ ୟୁଏସରେ କ୍ୟାରିୟର ଅଫର ଦିଆଯାଇଥିଲା । ତାଙ୍କୁ ଏକ ମ୍ୟୁଜିକ୍ ଭିଡିଓର ଅଫର୍ ପ୍ରଥମେ ମିଳିଥିଲା । ସେପଟେ ପିସି ମଧ୍ୟ ବଲିଉଡରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ କାରଣ ବିଟାଉନରେ ଚାଲିଥିବା ରାଜନୀତି ସେ ସହି ପାରୁ ନଥିଲେ । ଏବଂ ଏହି ମ୍ୟୁଜିକ୍ ଭିଡିଓ ହିଁ ତାଙ୍କୁ ବଲିଉଡରୁ ବାହାରିବା ପାଇଁ ଏକ ବାଟ ଦେଖାଇଥିଲା ।

ଏହା ସହ ପିସି କହିଥିଲେ ଯେ, ବଲିଉଡରେ ସେ ଗୋଟେ କୋଣରେ ପଡିଥିଲେ । ସେତେବେଳେ କେହି ତାଙ୍କୁ କାଷ୍ଟ କରିବା ପାଇଁ ଚାହୁଁ ନଥିଲେ । ତାଙ୍କୁ ନେଇ ରାଜନୀତି କରାଯାଉଥିଲା । ବାସ୍ ଏହି ସବୁ କାରଣ ପାଇଁ ବଲିଉଡରୁ ବାହାରିବା ପାଇଁ ଚାହିଁଥିଲେ ପିସି । ସେପଟେ ଅଭିନେତ୍ରୀ କଙ୍ଗନା ରଣାୱତ୍ ମଧ୍ୟ ପିସିଙ୍କୁ ନିଜ ସମର୍ଥନ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+