Get Updates
Get notified of breaking news, exclusive insights, and must-see stories!

କେହି କାହାଘର ଭାଙ୍ଗିପାରନ୍ତି ନାହିଁ ,ଏହା ପୂର୍ବରୁ ଭାଙ୍ଗିଯାଇଛି : ପ୍ରକୃତି ମିଶ୍ର

କେହି କାହାଘର ଭାଙ୍ଗିପାରନ୍ତି ନାହିଁ ,ଏହା ପୂର୍ବରୁ ଭାଙ୍ଗିଯାଇଛି : ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ ପ୍ରକୃତି ।No body had destroyed anybody's family, the family had already been in disturbing state : Prakruti

ଭୁବନେଶ୍ୱର: ଗତକାଲିଠୁ ଲାଗି ରହିଥିବା ବିବାଦ ଏବେ ବଢିବାରେ ଲାଗିଛି । ଆଜି ଶେଷରେ ସ୍ପଷ୍ଟୀକରଣ ରଖିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ବାବୁସାନଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅର୍ଥାତ୍ ଅଭିନେତାଙ୍କୁ ବାରମ୍ବାର ବ୍ଲାକମେଲିଂ କରାଯାଉଛି । ପ୍ରକୃତି ତାଙ୍କ ଘର ଭାଙ୍ଗୁଛନ୍ତି । ଏପରି ଅନେକ ଅଭିଯୋଗ ପ୍ରକୃତିଙ୍କ ନାଁରେ କରୁଛନ୍ତି ବାବୁସାନଙ୍କ ପରିବାର ଲୋକ । ଯାହା ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରକୃତି ମିଶ୍ର । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସେ ଗୋଟି ଗୋଟି କରି ସମସ୍ତ କଥାର ଉତ୍ତର ରହଖିଛନ୍ତି ।

prakruti mishra

କେହି କାହାର ଘର ଭାଙ୍ଗି ପାରନ୍ତି ନାହିଁ ,ଏହା ପୂର୍ବରୁ ଭାଙ୍ଗିଯାଇଛି , ମୁଁ କାହାକୁ କଷ୍ଟ ଦେଇ ନାହଁନ୍ତି , ମୋ ପ୍ରତି ଯାହା ହେଲା ତାହା ଠିକ ନୁହଁ । ଆମେ କେଉଁଭଳି ସମାଜରେ ରହୁଛୁ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ସାହାର୍ଯ୍ୟ ମାଗୁଥିଲି ହେଲେ ସେଠି ଲୋକେ ସେଲଫି ଉଠାଉଥିଲେ । ହେଲେ ମୁଁ ଭାଙ୍ଗିପଡି ନାହିଁ । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇ ଘରେ ରଖିଦିଅ । ଏହଛଡା ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଝିଅକୁ ରାସ୍ତାରେ ଟଣା ଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢିକି ଆସିଛି। ମୁଁ ଆଇନର ଦ୍ୱାରସ୍ଥ ହୋଇଛି । ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋତେ ରିଲ୍ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ ବନାଇ ଦିଆଗଲା । ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହୋଇ ଆଗକୁ ବଢିବି । କେହି ମୋତେ ରୋକିପାରିବେ ନାହିଁ ବୋଲି ନିଜ ଭିଡିଓରେ କହିଛନ୍ତି ପ୍ରକୃତି ।

ତେବେ ତୃପ୍ତିଙ୍କ ଏତଲା ଆଧାରରେ ଖାରବେଳ ନଗର ଥାନା ପୋଲିସ ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ ଜାରି କରିଛି। ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ଥାନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ବର୍ତ୍ତମାନ ଚେନ୍ନାଇରେ ହିଁ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+