ନେପାଳ ବିମାନ ଦୁର୍ଘଟଣା: ଲୋକପ୍ରିୟ କଣ୍ଠଶିଳ୍ପୀ ନୀରା ଛନତ୍ୟାଲଙ୍କ ପରଲୋକ
ନେପାଳ ବିମାନ ଦୁର୍ଘଟଣା: ଲୋକପ୍ରିୟ କଣ୍ଠଶିଳ୍ପୀ ନୀରା ଛନତ୍ୟାଲଙ୍କ ପରଲୋକ
ନେପାଳ ବିମାନ ଦୁର୍ଘଟଣା: ରବିବାର ନେପାଳର ପୋଖରାରେ ଘଟିଥିବା ବିମାନ ଦୁର୍ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁର୍ଘଟଣା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି । ଏହି ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହା ସହିତ ନେପାଳର ପ୍ରସିଦ୍ଧ ଲୋକ ଗାୟକ Nira Chhantyal ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହା ତାଙ୍କ ଭଉଣୀ ହିରା ଛନ୍ତିଆଲ୍ ସ୍ପଷ୍ଟ କରିଛନ୍ତି ।

ନେପାଳ ବିମାନ ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ଲୋକ ଗୀତ କଣ୍ଠଶିଳ୍ପୀ ନୀରା ଛନତ୍ୟାଲ୍ ନିଜ ଫେସବୁକରେ ଫ୍ୟାନ୍ସଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ । ଏବଂ ରବିବାର ଦିନ ସେ ପୋଖରାରେ ଉପସ୍ଥିତ ରହିବେ ବୋଲି ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ କିଏ ବା ଜାଣିଥିଲା ଯେ ଏହି ପୋଷ୍ଟ ତାଙ୍କ ଜୀବନର ଶେଷ ପୋଷ୍ଟ ହେବ ବୋଲି ।
ସୂଚନାଥାଉ ଯେ, ଗତକାଲି ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ୭୨ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ଭାରତୀୟ ଓ ୧୦ ଜଣ ବିଦେଶୀ ଯାତ୍ରୀ ଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।












Click it and Unblock the Notifications