ତାମିଲ ଅଭିନେତ୍ରୀ ନୟନତାରାଙ୍କୁ ଲିଗାଲ ନୋଟିସ୍
ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ । ଚେନ୍ନାଇରେ ବଡ ଧୁମ୍ଧାମରେ ହୋଇଛି ବାହାଘର । ଏହାପରେ ଦୁହେଁ ଭଗବାନଙ୍କ ଆର୍ଶୀବାଦ ପାଇଁ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ।
ଅମରାବତୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ । ଚେନ୍ନାଇରେ ବଡ ଧୁମ୍ଧାମରେ ହୋଇଛି ବାହାଘର । ଏହାପରେ ଦୁହେଁ ଭଗବାନଙ୍କ ଆର୍ଶୀବାଦ ପାଇଁ ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛନ୍ତି ।

ସିକ୍ୟୁରିଟି ଅଫିସର ଏହା ମଧ୍ୟ କହିଛନ୍ତି ଯେ, ନୟନତାରା ଏବଂ ବିଘ୍ନେଶ ସେମାନଙ୍କ ସହ ମନ୍ଦିର ଭିତରକୁ ତାଙ୍କ ଫଟୋଗ୍ରାଫରଙ୍କୁ ମଧ୍ୟ ଆଣିଥିଲେ। ଯାହା ସଂପୂର୍ଣ୍ଣ ବେଆଇନ । ଆମେ ସିସିଟିଭିରେ ମଧ୍ୟ ଦେଖିଛୁ ଯେ ସେମାନେ ସେଠାରେ ଏକ ଫଟୋସୁଟ୍ କରିଥିଲେ । ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ବିରୋଧରେ ନୋଟିସ ପଠାଯାଇଛି ।












Click it and Unblock the Notifications