ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ରାଜପୁତଙ୍କ ମୃତ୍ୟୁ ମାମଲା, SIT କରିବ ତଦନ୍ତ
Disha Salian Case: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ରାଜପୁତଙ୍କ ମୃତ୍ୟୁ ମାମଲା ଆଉ ଏକ ନୂଆ ମୋଡ଼ । ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରିଛି । ମହାରାଷ୍ଟ୍ର ସରକାର ପୋଲିସକୁ ଲିଖିତ ନିର୍ଦ୍ଦେଶ ଦେବା ପରେ ଏପରି ପଦକ୍ଷେପ ନିଆଯାଇଛି । ମାଲବାଣୀ ଥାନାର ବରିଷ୍ଠ ଇନ୍ସପେକ୍ଟର ଚିମାଜର ଅଧବ ଏହି ଘଟଣାର ତଦନ୍ତ କରିବେ । ଡିସିପି ଅଜୟ ବଂଶଲକଙ୍କ ତତ୍ତ୍ୱାବଧାନରେ ସେ ଏହି ତଦନ୍ତ କରିବେ ।

ସୂଚନାଥାଉ ଯେ, 2020 ମସିହାରେ ଦିଶା ସାଲିୟାନ ଏକ ଉଚ୍ଚ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ କିଛି ନେତା ଦାବି କରିଥିଲେ ଯେ, ଏହା ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା । ଏହି ମାମଲାରେ ଶିବ ସେନା ବିଧାୟକ ଆଦିତ୍ୟ ଠାକରେଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଗତବର୍ଷ ଶୀତ ଅଧିବେଶନରେ ମହାରାଷ୍ଟ୍ର ଉପ- ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଦାବି କରିଥିଲେ ଯେ, ଦିଶାଙ୍କ ହତ୍ୟା ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଉ ବୋଲି । ଯାହା ପରେ ଗତ ସପ୍ତାହରେ ବିଜେପି ବିଧାୟକ ପ୍ରବୀଣ ଦରକରେ ଏସଆଇଟି ତଦନ୍ତ ହେଲେ ଦ୍ୱନ୍ଦ ଦୂର ହୋଇଯିବ ବୋଲି କହିଥିଲେ ।












Click it and Unblock the Notifications