'IC 814-କାନ୍ଦାହାର ହାଇଜାକ୍' ସିରିଜରେ ହେବ ପରିବର୍ତ୍ତନ
Netflix Content Head and IB Ministry Meeting: 'IC 814-କାନ୍ଦାହାର ହାଇଜାକ୍' ସିରିଜରେ ହେବ ପରିବର୍ତ୍ତନ !ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ନେଟଫ୍ଲିକ୍ସ Content Headଙ୍କ ମଧ୍ୟ ହୋଇଥିବା ବୈଠକ ଶେଷ ହୋଇଛି। ସୂଚନାନୁସାରେ, ନେଟଫ୍ଲିକ୍ସ ସରକାରଙ୍କୁ ଆଶ୍ୱାସନା ଦେଇଛି ଯେ କେବଳ ଭାରତର ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମରେ ବିଷୟବସ୍ତୁ ଅପଲୋଡ୍ ହେବ। ନେଟଫ୍ଲିକ୍ସ ଅଧିକାରୀ କହିଛନ୍ତି ଯେ ଆଇସି 814 ୱେବ୍ ସିରିଜରେ ବ୍ୟବହୃତ ବିଷୟବସ୍ତୁକୁ ନେଇ ସେମାନେ ଅଭିଯୋଗ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ, ନେଟଫ୍ଲିକ୍ସ ଦଳ ବିଷୟବସ୍ତୁକୁ ବିସ୍ତୃତ ଆଉ ଥରେ ଯାଞ୍ଚ କରିବ ।

ଏହାପୂର୍ବରୁ ଶାସ୍ତ୍ରୀ ଭବନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଡକାଯାଇଥିଲା। ଏଥିରେ ନେଟଫ୍ଲିକ୍ସର Content Headଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀ ସାମିଲ ଥିଲେ । ବୈଠକରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, IC 814 ୱେବ୍ ସିରିଜ୍ ରେ ପ୍ରଦର୍ଶିତ ବିଷୟବସ୍ତୁ ବିଷୟରେ ବିଶେଷ ଆଲୋଚନା କରାଯାଇଥିଲା ।
ସୂଚନାଥାଉ ଯେ, ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପ୍ରାୟ ୨୫ ବର୍ଷ ପରେ ଏହି ଘଟଣାକୁ ପରଦା ଉପରକୁ ଆଣିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା। ନେଟଫ୍ଲିକ୍ସରେ ୱେବ ସିରିଜ 'IC814' ନାମରେ ଏହା ଖୁବ୍ ଶୀଘ୍ର ପରଦା ଉପରକୁ ଆସୁଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଖିଲା ବିବାଦ ।
ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆଇସି-୮୧୪ ଡିସେମ୍ବର ୧୯୯୯ରେ ହୋଇଥିବା ବାସ୍ତବିକ ଘଟଣା ଉପରେ ଆଧାରିତ। ନେପାଳର କାଠମାଣ୍ଡୁରୁ ନୂଆ ଦିଲ୍ଲୀ ଉଡାଣ କରିଥିବା ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ ନମ୍ବର ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ଏହି ବିମାନ ଅପହରଣ କାଣ୍ଡରେ ଯାତ୍ରୀଙ୍କ ଜୀବନ ବଦଳେ ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ଦାବି ସ୍ୱୀକାର କରିବାକୁ ପଡିଥିଲା।
ଆଇସି ୮୧୪ ୱେବସିରିଜରେ ଅପହରଣକାରୀମାନେ ନିଜର ପ୍ରକୃତ ନାଁ ବଦଳରେ କୋଡ୍ ନେମ୍ ବ୍ୟବହାର କରୁଛନ୍ତି । ଆତଙ୍କବାଦୀମାନଙ୍କୁ ସିରିଜରେ ବର୍ଗର, ଚିଫ୍, ଡକ୍ଟର, ଶଙ୍କର ଓ ଭୋଲା ନାଁରେ ନାମିତ କରାଯାଇଛି । ମୁସଲିମ ଆତଙ୍କବାଦୀଙ୍କୁ ହିନ୍ଦୁ ନାଁ କାହିଁକି ଦିଆଯାଇଛି ବୋଲି ମଧ୍ୟ ଅନେକ ଆପତ୍ତି ଉଠାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ଏଥିପାଇଁ ନେଟଫ୍ଲିକ୍ସ ସମେତ ୱେବସିରିଜର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ସୋସିଆଲ ମିଡିଆରେ କଡା ସମାଲୋଚନା କରାଯାଉଛି । ନିର୍ଦ୍ଦେଶକ ଅନୁଭବ ସିହ୍ନା ଜାଣିଶୁଣି ଆତଙ୍କବାଦୀଙ୍କ ମୁସଲିମ ପରିଚୟ ହିନ୍ଦୁ ନାଁ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।












Click it and Unblock the Notifications