ରାମ୍ପରେ ବୋଲ୍ଡ ଲୁକରେ ନଜର ଆସିଲେ ନେହା ଶର୍ମା, ଫ୍ୟାନ୍ସ କଲେ ଏପରି କମେଣ୍ଟ
ମୁମ୍ବାଇ: ନେହା ଶର୍ମା ନିଜ ବୋଲ୍ଡ ଲୁକକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ସୌନ୍ଦର୍ଯ୍ୟକୁ ସର୍ବଦା ପ୍ରଶଂସା କରାଯାଏ । ହେଲେ ଏଥର ବମ୍ବେ ଟାଇମ୍ସ ଫ୍ୟାଶନ ସପ୍ତାହରେ ବୋଲ୍ଡ ଡ୍ରେସ୍ ପିନ୍ଧି ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ । ଲୋକମାନେ ତାଙ୍କ ବୋଲ୍ଡ ଲୁକ୍ ଉପରେ ଅନେକ ପ୍ରଶ୍ନ କରୁଛନ୍ତି । ଏହି ଫ୍ୟାଶନ ସୋ'ରେ ମଲାଇକା ଆରୋରା, ଭୁମି ପେଡନେକର, ମୌନି ରୟଙ୍କ ପରି ଅନେକ ଅଭିନେତ୍ରୀ ଏହି ରାମ୍ପରେ ନଜର ଆସିଥିଲେ ।
ନେହା ଶର୍ମା ଫ୍ୟାଶନ ସୋ'ରେ ଶୋଷ୍ଟପର୍ ହୋଇଥିଲେ । ରାମ୍ପରେ ନେହାଙ୍କୁ ଏକ ହଳଦିଆ ଲେହେଙ୍ଗା ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ହେଲେ ତାଙ୍କ ଲେହେଙ୍ଗାର ବ୍ଲାଉଜ୍ ଆସିନଥିଲା କିଛି ଲୋକଙ୍କୁ ପସନ୍ଦ । ଏହା ସହିତ ସେ ବେକରେ ଏକ ସବୁଜ ରଙ୍ଗର ହାର ମଧ୍ୟ ପିନ୍ଧିଥିଲେ । ଯାହା ତାଙ୍କ ଲୁକକୁ ଆହୁରି ଖାସ୍ ଓ ସୁନ୍ଦର କରିଥିଲା । ଅନେକ ତାଙ୍କ ଲୁକର ପ୍ରଶଂସା କରିଥିଲେ ହେଲେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ ମଧ୍ୟ କରାଯାଇଥିଲା ।

ସୋସିଆଲ ମିଡିଆ ୟୁଜର୍ସ ନେହାଙ୍କୁ ତାଙ୍କ ଲୁକ୍ ପାଇଁ ଖୁବ୍ ଟ୍ରୋଲ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏ କାହିଁକି ଉର୍ଫି ଏବଂ ପୁନମ ପାଣ୍ଡେ ସାଜି ବୁଲୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ତୁମେ କେବଳ ଏଭଳି ପୋଷାକରେ ସୁନ୍ଦର ଦେଖାଯାଉଛ କି? ଆଉ ଟିକେ ଭଲ ଡ୍ରେସ୍ ମଧ୍ୟ ପିନ୍ଧି ପାରିଥାନ୍ତ । ଆଉ ଜଣେ ଲେଖିଛନ୍ତି, ଆଉ ଏକ ଉର୍ଫି ଜାଭେଦ୍।
Neha Sharma at Bombay times fashion week #nehasharma pic.twitter.com/GgtCb84OXS
— Elandhari Frames (@elandhariframes) April 23, 2023
ନେହା ଶର୍ମା ତେଲୁଗୁ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ 'କ୍ରୁକ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ୟାମଲା ପଗଲା ଦେୱାନା ୨, ମୁବାରକାନ୍, ତାନହାଜୀ ଭଳି ଚଳଚ୍ଚିତ୍ରରେ ତାଙ୍କୁ ଦେଖିବା ପାଇଁ ମିଳିଥିଲା ।
ବର୍ତ୍ତମାନ ତାଙ୍କୁ ଖୁବ୍ ଶୀଘ୍ର ବଲିଉଡ ଫିଲ୍ମ ଜୋଗିରା ସା ରା ରା'ରେ ଦେଖିବାକୁ ମିଳିବ ।













Click it and Unblock the Notifications