ନେହା କକ୍କର @34: ସଫଳତା ଓ ସଂଘର୍ଷର କାହାଣୀ
ଜଣେ ସଫଳ ଗାୟିକା ଭାବେ ସେ ପରିଚିତ । ଆଜିର ସମୟରେ ଟପ୍ ଗାୟିକାଙ୍କ ମଧ୍ୟରୁ ଜଣେ ହେଇଛନ୍ତି ନେହା କକ୍କର । ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, ତାଙ୍କ ସ୍ମାଇଲ୍ ପାଇଁ ମଧ୍ୟ ବହୁତ ଲୋକପ୍ରିୟ । ଆଜି ତାଙ୍କର 34 ତମ ଜନ୍ମଦିନ ପାଳନ କରୁଛନ୍ତି
ମୁମ୍ବାଇ : ଜଣେ ସଫଳ ଗାୟିକା ଭାବେ ସେ ପରିଚିତ । ଆଜିର ସମୟରେ ଟପ୍ ଗାୟିକାଙ୍କ ମଧ୍ୟରୁ ଜଣେ ହେଇଛନ୍ତି ନେହା କକ୍କର । ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, ତାଙ୍କ ସ୍ମାଇଲ୍ ପାଇଁ ମଧ୍ୟ ବହୁତ ଲୋକପ୍ରିୟ । ଆଜି ତାଙ୍କର 34 ତମ ଜନ୍ମଦିନ ପାଳନ କରୁଛନ୍ତି ।

1988 ଜୁନ 6 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ବେଳୁ ନେହାଙ୍କର ଅଧିକ ଆଗ୍ରହ ସଂଗୀତ ପ୍ରତି ରହିଥିଲା । ବଡ ଭଉଣୀ ସୋନୁ କକ୍କରଙ୍କ ପରାମର୍ଶରେ ସେ ଭଜନ ଗାଇବା ଆରମ୍ଭ କରିଥିଲେ । ଦୁଇ ଭଉଣୀ ଅନେକ ସ୍ଥାନରେ ଭଜନ ଗାଇବା ସହ କିଛି ଅର୍ଥ ମଧ୍ୟ ରୋଜଗାର କରୁଥିଲେ । ଆର୍ଥିକ ସ୍ଥିତି ଭଲ ନଥିବାରୁ ନେହା ଏବଂ ତାଙ୍କ ପରିବାର ଏକ ଛୋଟ ଭଡା ଘରେ ରହୁଥିବାବେଳେ ଅନେକ ସମସ୍ୟାର ସାମନା କରିଛନ୍ତି ନେହାଙ୍କ ପରିବାର । ଭଜନ ଗାଇବା ସହନିଜ ପାଠପଢା ଓ ପରିବାରର ଆର୍ଥିକ ସ୍ଥିତି ସମ୍ଭାଳୁଥିଲେ ଦୁହେଁ । କିନ୍ତୁ ସଂଗୀତ ଦୁନିଆରେ କିଛି ଭିନ୍ନ କରିବାର ଜିଦ ଆଗରେ ହାର ମାନିଯାଇଥିଲା ନେହାଙ୍କର ଆର୍ଥିକ ସ୍ଥିତି । ଏକ ରିଅଲିଟି ଶୋ ହିଁ ତାଙ୍କ ଜୀବନରେ ଆଣିଥିଲା ଭିନ୍ନ ମୋଡ। ସେ ପ୍ରତିଯୋଗୀ ଭାବେ ଏହି ଶୋରେ ସାମିଲ ହୋଇଥିଲେ । ସଙ୍ଗୀତ ଦୁନିଆରେ ଗୋଟିଏ ପାଦ ଆଗକୁ ବଢିଥିଲେ ସତ, କିନ୍ତୁ ଅଧିକ ଲୋକପ୍ରିୟତା ହାସଲ କରିପାରିନଥିଲେ ।
ଏହାପରେ 2008 ମସିହାରେ, ସେ ତାଙ୍କର ଆଲବମ୍ ନେହା ଦି ରକଷ୍ଟାର୍ ଲଞ୍ଚ କରିଥିଲେ । ଏହା ପରେ, ସେ ନିଜ ଲକ୍ଷ୍ୟ ହାସଲ କରିବା ପଥରେ ଧୀରେ ଧୀରେ ଆଗକୁ ବଢିଥିଲେ । ଆଉ ମନୋରଞ୍ଜନ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ବନେଇ ପାରିଥିଲେ । ଜଣେ ପ୍ରତିଯୋଗୀ ଭାବରେ ପ୍ରସିଦ୍ଧ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲର ବିଚାରପତି ହେବା ପର୍ଯ୍ୟନ୍ତ ନେହାଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ ।
ନେହା ତାଙ୍କ ଗୀତ 'ସେକେଣ୍ଡ ହ୍ୟାଣ୍ଡ ଯବାନି' ସହିତ ବଲିଉଡରେ ସ୍ୱୀକୃତି ଲାଭ କରିଥିଲେ । ଏହି ଗୀତଟି ତାଙ୍କର ପ୍ରଥମ ହିଟ୍ ଗୀତ ବୋଲି ବିବେଚନା କରାଯାଏ । ଏହା ପରେ ସେ ୟାରିୟାଁ ଚଳଚ୍ଚିତ୍ରରୁ 'ସନି-ସନି' ଗୀତରୁ ମଧ୍ୟ ଅନେକ ମାନ୍ୟତା ପାଇଥିଲେ । ନେହା ତାଙ୍କ କ୍ୟାରିୟରର ଅନେକ ଗୀତରେ ସ୍ୱର ଦେଇଛନ୍ତି । ଚଳଚ୍ଚିତ୍ରରେ ଗୀତ ଗାଇବା ବ୍ୟତୀତ ସେ ତାଙ୍କର ମ୍ୟୁଜିକ୍ ଆଲବମ୍ ପାଇଁ ମଧ୍ୟ ଜଣାଶୁଣା । ତାଙ୍କର ପ୍ରସିଦ୍ଧ ଗୀତ ଗୁଡ଼ିକରେ 'ମିଲେ ହୋ ତୁମ୍ ହମ୍ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍ମତ୍ କି ଲକିରୋଁ ସେ କାଲା ଚଷମା, ମନାଲି ଟ୍ରାନ୍ସ, ଆଖ୍ ମାରେ, ଗର୍ମି, ସାକି ସାକି ଭଳି ଅନେକ ରୋମାଣ୍ଟିକ୍ ହିଟ୍ ଗୀତ ସହ ହିପ୍ହପ୍ ଗୀତ ଗାଇ ଫ୍ୟାନ୍ଙ୍କ ମନ ଜିଣିଛନ୍ତି ଏହି ଗାୟିକା ।












Click it and Unblock the Notifications