Get Updates
Get notified of breaking news, exclusive insights, and must-see stories!

ସ୍ତ୍ରୀ ହେଲେ ମିଳିବ ୨୫ଲକ୍ଷ ଟଙ୍କା: ଚର୍ଚ୍ଚାରେ ଅଭିନେତ୍ରୀ ନିତୁ ଚନ୍ଦ୍ରା

NEETU CHANDRA SAYS A BUSINESSMAN OFFERED HER 25 LAKHA MONTH TO BECOME HIS WIFEସ୍ତ୍ରୀ ହେଲେ ମିଳିବ ୨୫ଲକ୍ଷ ଟଙ୍କା: ଚର୍ଚ୍ଚାରେ ଅଭିନେତ୍ରୀ ନିତୁ ଚନ୍ଦ୍ରା

ମୁମ୍ବାଇ: କଳାକର ଯିଏ ପରଦା ଉପରେ ନିଜ ଅଭିନୟରେ କେବେ ଦର୍ଶକଙ୍କୁ ହସେଇଥାଏ ତ କେବେ ଆଖିରେ ଲୁହ ଦେଇଥାଏ । ହେଲେ ଅଭିନେତା, ଅଭିନେତ୍ରୀଙ୍କ ଜୀବନ ଏତେ ସହଜ ନଥାଏ ।ଏହି ସେଲିବ୍ରିଟି ମାନଙ୍କୁ ମଧ୍ୟ ଏକ ସାଧାରଣ ଲୋକ ଭଳି କଷ୍ଟ କରିବା ପାଇଁ ପଡିଥାଏ ।ନିକଟରେ ଅଭିନେତ୍ରୀ ନୀତୁ ଚନ୍ଦ୍ରା ଏକ ଇଣ୍ଟରଭ୍ୟୁରେ ନିଜ ସ୍ଥିତି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି ।ଯାହା ଅନେକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ।ବିବାହ ଅପେକ୍ଷା ନିଜ କରିୟରକୁ ଅଧିକ ଗୁରୁତ୍ୱ ଦେଉଥିବା ନିତୁ ଚନ୍ଦ୍ରାଙ୍କୁ ଜଣେ ବ୍ୟବସାୟୀ ନିଜ ପତ୍ନୀ ହେବାକୁ ପ୍ରସ୍ତାବ ଦେଇଥିଲେ ଓ ତା ସହ ପ୍ରତିମାସରେ ତାଙ୍କୁ ପ୍ରଚୁର ପରିମାଣର ଅର୍ଥ ଦେବାକୁ ପ୍ରତିଶୃତି ଦେଇଥିଲେ।

ଯଦି ନିତୁ ତାଙ୍କୁ ବିବାହ କରି ପତ୍ନୀ ପରି ରୁହନ୍ତି ତେବେ ସେ ତାଙ୍କୁ ପ୍ରତିମାସରେ ୨୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ଏହା ଏକ ବିବାହ ନୁହେଁ ବରଂ ଏକ ଡିଲ୍ ଥିଲା ବୋଲି କହିଥିଲେ ନିତୁ ।ହେଲେ ଅଭିନେତ୍ରୀ ଜଣଙ୍କ ବ୍ୟବସାୟୀଙ୍କର ଏହି ଅଫରକୁ ମନା କରିଦେଇଥିଲେ । ନୀତୁ ଚନ୍ଦ୍ରା ୨୦୦୫ ମସିହାରେ ବଲିଉଡରେ ପାଦ ଦେଇଥିଲେ । ଗରମ ମସାଲା ,ଟ୍ରାଫିକ୍ ସିଗନାଲ୍, ୱାନ୍ ଟୁ ଥ୍ରୀ, ,ଓଏ ଲକି ଲକି ଓଏ, ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଅନେକ ହିଟ୍ ଫିଲ୍ମ କରିବା ସତ୍ୟେ ଆଜି ନିତୁଙ୍କ ହାତରେ କୌଣସି ଫିଲ୍ମ ନଥିବା କଥା ମଧ୍ୟ ସେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

NEETU
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+