ଏହି ବଲିଉଡ ଅଭିନେତ୍ରୀଙ୍କ ଘରୁ ଚୋରି ହେଲା ଅଳଙ୍କାର
Poonam Dhillon: ବଲିଉଡ ଅଭିନେତ୍ରୀ ପୁନମ ଢିଲୋନଙ୍କ ମୁମ୍ବାଇ ଘରୁ ହେଲା ଚୋରି । ଅଭିଯୁକ୍ତମାନେ କିଛି ନଗଦ ଟଙ୍କା ଏବଂ ଅଳଙ୍କାର ଚୋରି କରିଥିବା ନେଇ ଅଭିଯୋଗ ହୋଇଛି । ମୁମ୍ବାଇ ପୋଲିସ ତୁରନ୍ତ ଏହି ଘଟଣାରେ ତଦନ୍ତ କରିବା ସହ ଅପରାଧିଙ୍କୁ ଗିରଫ କରିଥିଲା।

ପୋଲିସର ସୂଚନାନୁସାରେ, ପୁନମ ଢିଲୋନ ମ୍ୟାନେଜର ସନ୍ଦୀପ ଚୌଧୁରୀର ବିବାର ଦିନ ଖାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଯେଉଁଥିରେ ସେ ସୂଚନା ଦେଇଛନ୍ତି ଯେ ଅଭିନେତ୍ରୀ ଘରର ଆଲମାରୀରୁ ହୀରା ଅଳଙ୍କାର ଏବଂ 35,000 ଟଙ୍କା ଏବଂ କିଛି ଆମେରିକୀୟ ଡଲାର ଚୋରି ହୋଇଛି।
ସୂଚନାନୁସାରେ, ଡିସେମ୍ବର 28 ରୁ ପୁନମ ଢିଲୋନଙ୍କ ଘରେ ପେଣ୍ଟିଂ କାମ ଆରମ୍ଭ ହୋଇଥିଲା। ସେହି ସମୟରେ ଅଭିଯୁକ୍ତ ଖୋଲା ଆଲମାରୀ ଦେଖି ଚୋରୀ କରିଥିଲା । ପୋଲିସର ସୂଚନାନୁସାରେ, ସେମାନେ ଜାନୁଆରୀ 6 ରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ତାଙ୍କଠାରୁ 1.26 ଲକ୍ଷ ଟଙ୍କା, 500 ଆମେରିକୀୟ ଡଲାର ଏବଂ ହୀରା କାନଫୁଲ ଜବତ କରିଛି।












Click it and Unblock the Notifications