Get Updates
Get notified of breaking news, exclusive insights, and must-see stories!

ଡ୍ରଗ୍ସ ନେଉଥିଲେ କମେଡିଆନ ଭାରତୀ ସିଂ ? ଘରେ ଚଢଉ,ଏନସିବିର ସମନ

ମହାରାଷ୍ଟ୍ରର ମୁମ୍ବାଇ ସହରରେ ଥିବା କମେଡିଆନ୍ ଭାରତୀ ସିଂହଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚଢଉ କରିଛି

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇ ସହରରେ ଥିବା କମେଡିଆନ୍ ଭାରତୀ ସିଂହଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚଢଉ କରିଛି । ଏଥିସହ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ସମନ ମଧ୍ୟ ଜାରି କରିଛି । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆସିଛି । ଡ୍ରଗ୍ସ ଚାଲାଣରେ ଏନସିବି ଧରିଥିବା କିଛି ଦଲାଲକୁ ପଚରାଉଚରା ପରେ ଭାରତୀଙ୍କ ନାଁ ସାମ୍ନାକୁ ଆସିଛି ।

ଭାରତୀ ସିଂ

ଏହାକୁ ନେଇ ଆଜି ଏନସିବି ଭାରତୀ ସିଂଙ୍କ ଘରେ ଚଢଉ କରିଥିବା ଜଣାପଡିଛି । ସୂଚନାଥାଉକି, ଗତକିଛି ଦିନ ଧରି ଡ୍ରଗ୍ସ ମାମଲାରେ ଏନସିବି ତାର ତଦନ୍ତକୁ ଜୋରଦାର୍ କରିଛି । ଦଲାଲ ଠାରୁ ସୂଚନା ପାଇବା ପରେ ଭାରତୀ ସିଂଙ୍କର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଓ ବର୍ଷୋବାସ୍ଥିତ ଘରେ ମଧ୍ୟ ଏନସିବି ଚଢଉ କରିଛି ।
ଏଠାରେ କହି ରଖୁଛୁ କିଛି ଦିନ ତଳେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବି ଡ୍ରଗ୍ସ ନେବା ମାମଲାରେ ପଚରାଉଚରା କରିଛି । ଏଥିସହ ତାଙ୍କ ବାସଭବନରେ ମଧ୍ୟ ଚଢଉ କରିଥିଲା ଏନସିବି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+