ଭାରତୀ ସିଂହ ଓ ହର୍ଷଙ୍କ ପାଇଁ ବଢିଲା ଅଡୁଆ, ଦୁଇ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା NCB
ଭାରତୀ ସିଂହ ଓ ହର୍ଷଙ୍କ ପାଇଁ ବଢିଲା ଅଡୁଆ, ଦୁଇ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା NCB
ମୁମ୍ବାଇ: 2020 ବଲିଉଡ ଓ ଟେଲିଭିଜନ ଇଣ୍ତଷ୍ଟ୍ରି ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏନସିବି ଡ୍ରଗ୍ ମାମଲାରେ ବହୁ ବଡ ବଡ ବଲିଉଡ ତାରକାଙ୍କ ନା' ସାମ୍ନାକୁ ଆସିଥିଲା । ସେଥିରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ନା'କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଡ୍ରଗ୍ ମାମଲାରେ ଉଭୟଙ୍କୁ ପଚରାଉଚରା କରିବା ପାଇଁ ଅନେକ ଥର ଏନସିବି କାର୍ଯ୍ୟାଳୟକୁ ଡକାଯାଇଥିଲା । ଏପରିକି ଉଭୟଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ସେ ଜାମିନରେ ଅଛନ୍ତି । ଡ୍ରଗ୍ସ ମାମଲାରେ ଏବେ ପୁଣି ଅଡୁଆରେ ଭାରତୀ ଓ ହର୍ଷ । ଆଜି ଦମ୍ପତିଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍ସିବି ।

ସୂଚନା ଅନୁସାରେ, ଡ୍ରଗ୍ସ ମାମଲାରେ ଏହି ଷ୍ଟାର ଦମ୍ପତିଙ୍କ ବିରୋଧରେ ମୁମ୍ବାଇ ଏନ୍ସିବି 200 ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି । 2020ରେ ଡ୍ରଗ୍ସ ମାମଲାରେ ଏହି ଷ୍ଟାର୍ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଦୁହେଁ ଜାମିନରେ ଅଛନ୍ତି କିନ୍ତୁ ଏବେ ପୁଣି ଥରେ ଭାରତୀ ଓ ହର୍ଷଙ୍କ ଅଡୁଆ ବଢ଼ିବା ପାରେ ବୋଲି ଆକଳନ କରାଯାଉଛି ।
21 ନଭେମ୍ବର 2020ରେ ଭାରତ ସିଂ ଏବଂ ହର୍ଷଙ୍କ ପ୍ରଡକ୍ସନ- ହାଉସ ଅଫିସରେ ଚଢାଉ କରିଥିଲା । ଯେଉଁଠୁ ଏନସିବି 86.5 ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଏହା ପରେ ବିଳମ୍ବ ନକରି ଉଭୟଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ । ଏହାପରେ ଉଭୟଙ୍କୁ ଏନ୍ଡିପିସି ଆକ୍ଟ 1986 ଆଧାରରେ ଗିରଫ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବା ପରେ ଭାରତୀ ଏବଂ ହର୍ଷଙ୍କୁ ଡିସେମ୍ବର 4 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ନଭେମ୍ବର 23 ରେ ଭାରତୀ ଏବଂ ହର୍ଷଙ୍କୁ ଜାମିନ ମିଳିଥିଲା ।
2020ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଏନ୍ସିବି ତଦନ୍ତ ଆରମ୍ଭ କରିଥିଲା । ଏନ୍ସିବି ରାଡାର୍ରେ ଅନେକ ବଡ ବଡ ସେଲେବ୍ରିଟି ଆସିଥିଲେ। ସେଥିମଧ୍ୟରୁ ଜଣେ ଥିଲେ କମେଡି କୁଇନ୍ ଭାରତୀ ସିଂହ । ସେହିପରି ଶ୍ରଦ୍ଧା କପୁରଙ୍କ, ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋଣଙ୍କ ପରି ଅଭିନେତ୍ରୀଙ୍କୁ ପଚରଉଚରା କରାଯାଇଥିଲା ।












Click it and Unblock the Notifications