'ଜୟ ଶ୍ରୀ ରାମ'କହି କ୍ଷମା ମାଗିଲେ ଅଭିନେତ୍ରୀ ନୟନତାରା
Nayanthara: ଗତ କିଛି ଦିନ ହେବ ନୟନତାରାଙ୍କ ଫିଲ୍ମ 'Annapoorani' କୁ ନେଇ ବିବାଦ ଲାଗି ରହିଛି। ଯେଉଁଥି ପାଇଁ ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆ ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ସେ ନିଜେ ଭଗବାନଙ୍କୁ ପୂଜା କରନ୍ତି ଏବଂ କାହାର ଆଧାତ୍ମିକ ଭାବନାକୁ ପହଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ନୁହେଁ ।
ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି। ସେ ଜୟ ଶ୍ରୀ ରାମ ଲେଖି ଏହି ନୋଟ୍ ଆରମ୍ଭ କରିଛନ୍ତି। ଏହା ପରେ ସେ ଲେଖିଛନ୍ତି ଯେ 'ମୋର ଚଳଚ୍ଚିତ୍ର 'Annapoorani' କେବଳ ଏକ ଚଳଚ୍ଚିତ୍ର ନୁହେଁ ବରଂ ଏହି ଚଳଚ୍ଚିତ୍ର ଲୋକଙ୍କୁ ନିଜ ଜୀବନରେ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, 'ଆମେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହୁଁଥିଲୁ, କିନ୍ତୁ ଅଜଣାତାରେ ଆମେ କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଛୁ । ଲୋକଙ୍କ ମନରେ ଆଘାତ ଦେବା ପାଇଁ ମୋର କିମ୍ବା ମୋ ଟିମର କୌଣସି ଉଦ୍ଦେଶ୍ୟ ନାହିଁ । ମୁଁ ନିଜେ ଜଣେ ବ୍ୟକ୍ତି ଯିଏ ଭଗବାନଙ୍କ ଉପରେ ବିଶ୍ୱାସ କରେ । ମୁଁ ଭଗବାନଙ୍କୁ ପୂଜା କରେ, ମନ୍ଦିର ଯାଏ । ତେଣୁ ମୁଁ ସେହି ସମସ୍ତଙ୍କୁ କ୍ଷମା ମାଗିବାକୁ ଚାହେଁ ଯେଉଁ ମାନଙ୍କ ମନରେ ଆମ ଚଳଚ୍ଚିତ୍ର ପାଇଁ ଆଘାତ ଲାଗିଛି । ମୋର ଚଳଚ୍ଚିତ୍ର କ୍ୟାରିୟରର ଗତ ଦୁଇ ଦଶନ୍ଧି ହେଲା ମୋର ଲକ୍ଷ୍ୟ କେବଳ ସକରାତ୍ମକତା ବିସ୍ତାର କରିବା ।
ଚଳଚ୍ଚିତ୍ରକୁ 'Annapoorani'କୁ ନେଇ ଅନେକ ବିବାଦ ଲାଗି ରହିଛି । ଏହି ଚଳଚ୍ଚିତ୍ରଟି ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଏହା ଡିସେମ୍ବର 29 ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରଟି ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା, ଯାହା ପରେ ଫିଲ୍ମଟି OTT ରୁ ଏହି ସିନେମାକୁ ହଟାଇ ଦିଆଯାଇଥିସା ।
ଏହି ଫିଲ୍ମରେ ପ୍ରଭୁ ରାମଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏହି ଚଳଚ୍ଚିତ୍ରରେ ଭଗବାନ ଶ୍ରୀ ରାମଙ୍କୁ 'ମାଂସ ଭୋଜନକାରୀ' ବୋଲି ବର୍ଣ୍ଣନା ମଧ୍ୟ କରାଯାଇଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିବାଦ ଦିନକୁ ଦିନ ବଢିବାରେ ଲାଗିଥିଲା । ବିବାଦରୁ ଦୃଷ୍ଟିରେ ରଖି ଫିଲ୍ମକୁ ନେଟଫ୍ଲେକିସରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।












Click it and Unblock the Notifications