୬ ବର୍ଷ ପୂର୍ବରୁ ସରିଥିଲା ନୟନତାରା-ବିଗ୍ନେଶ ଶିବନଙ୍କ ବିବାହ
୬ ବର୍ଷ ପୂର୍ବରୁ ସରିଥିଲା ନୟନତାରା-ବିଗ୍ନେଶ ଶିବନଙ୍କ ବିବାହ
ମୁମ୍ବାଇ: ସାଉଥ୍ ଇଣ୍ତଷ୍ଟ୍ରିର ପିପୁଲାର ଦମ୍ପତି ଅଭିନେତ୍ରୀ ନୟନତାରା ଓ ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନ । ବିବାହର ४ ମାସ ପରେ ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି ଏହି ସେଲିବ୍ରେଟି ଦମ୍ପତି । ଚଳିତ ବର୍ଷ ଜୁନ ମାସରେ ନୟନତାରା, ବିଗ୍ନେଶଙ୍କୁ ବିବାହ କରିଥିଲେ । ବିବାହର ଚାରି ମାସ ପରେ ଅକ୍ଟୋବର ୯ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ବିଗ୍ନେସ-ନୟନତାରା ।

Nayan & Me have become Amma & Appa❤️
— Vignesh Shivan (@VigneshShivN) October 9, 2022
We are blessed with
twin baby Boys❤️❤️
All Our prayers,our ancestors’ blessings combined wit all the good manifestations made, have come 2gethr in the form Of 2 blessed babies for us❤️😇
Need all ur blessings for our
Uyir😇❤️& Ulagam😇❤️ pic.twitter.com/G3NWvVTwo9
ବିବାହର ମାତ୍ର ୪ ମାସ ପରେ ବିଗ୍ନେସ-ନୟନତାରା ପିତାମାତା ହେବାକୁ ଅନେକ ନା ପସନ୍ଦ କରିଥିଲେ । ଏହି ଷ୍ଟାର ଦମ୍ପତିଙ୍କୁ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡିଥିଲା । ଏହି ମାମଲାକୁ ନେଇ ବିବାଦ ବୃଦ୍ଧି ପାଇବାରୁ ତାମିଲନାଡୁ ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ଅଛି ଯେ ଉଭୟ ୬ ବର୍ଷ ପୂର୍ବରୁ ବିବାହ କରି ସାରିଛନ୍ତି । ଜୁନ୍ ୯, ୨୦୨୨ ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ । ଏହା ସହ ସେମାନେ ଡିସେମ୍ବର ୨୦୨୧ରେ ସରୋଗେସି ପାଇଁ ପଞ୍ଜୀକୃତ କରିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ନୟନତାରା-ବିଗ୍ନେଶ ଏହି ଖବର ଉପରେ କୌଣସି ଟିପ୍ପଣୀ ଦେଇ ନାହଁନ୍ତି ।












Click it and Unblock the Notifications