ବିବାହର 4 ମାସ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ ନୟନତାରା, ହେଲେ ଯମଜ ସନ୍ତାନଙ୍କ ମାଆ
ବିବାହର 4 ମାସ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ ନୟନତାରା। ଯମଜ ପୁୁତ୍ର ଲାଭ କରିଛନ୍ତି ଏହି ସାଉଥ ଅଭିନେତ୍ରୀ।
ନୂଆଦିଲ୍ଲୀ: ମାଆ ହେଲେ ସାଉଥ୍ ଅଭିନେତ୍ରୀ ନୟନତାରା । ଏନେଇ ପତି ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନ ନିଜ ସୋଶଲ ମିଡିଆରେ ସେୟାର କରିଛନ୍ତି । ବିବାହର 4 ମାସ ପରେପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଏହି ସେଲିବ୍ରେଟି ଦମ୍ପତି। ଚଳିତ ବର୍ଷ ଜୁନ ମାସରେ ନୟନତାରା, ବିଗ୍ନେଶଙ୍କୁ ବିବାହ କରିଥିଲେ ।

ବିଗ୍ନେଶ ଗତକାଲି ଏନେଇ ନିଜ ସୋଶଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ନୟନତାରା ଏବଂ ସେ ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ଉଭୟ ଦୁଇ ସନ୍ତାନଙ୍କର ପାଦରେ ଖୁସିର ଚୁମ୍ବନ ଦେଉଥିବା ଦେଖାଯାଉଛି । ଫଟୋ ସହିତ ବିଗ୍ନେଶ କ୍ୟାପସନରେ ଲେଖିଛନ୍ତି - 'ନୟନତାରା ଏବଂ ମୁଁ ଆମ୍ମା ଏବଂ ଆପା ହୋଇଗଲୁ । ଆମକୁ ଯମଜ ପୁତ୍ର ସନ୍ତାନ ମିଳିଛି । ଆମର ଅନେକ ପ୍ରାର୍ଥନା ଓ ଆମର ପୂର୍ବଜଙ୍କ ଆଶୀର୍ବାଦ ରୂପରେ ଆମକୁ ଦୁଇଟି ସନ୍ତାନ ମିଳିଛି । ଈଶ୍ୱରଙ୍କର ଏହି ଉପହାରକୁ ଆଶୀର୍ବାଦ କରନ୍ତୁ ।
Nayan & Me have become Amma & Appa❤️
— Vignesh Shivan (@VigneshShivN) October 9, 2022
We are blessed with
twin baby Boys❤️❤️
All Our prayers,our ancestors’ blessings combined wit all the good manifestations made, have come 2gethr in the form Of 2 blessed babies for us❤️😇
Need all ur blessings for our
Uyir😇❤️& Ulagam😇❤️ pic.twitter.com/G3NWvVTwo9
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ହିଁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ କାହାଣୀ । ଅନେକ ଦିନ ଡେଟ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ବର୍ତ୍ତମାନ ବିବାହର 4 ମାସ ପରେ ଏହି ଦମ୍ପତି ସେମାନଙ୍କ ପିତାମାତା ହେବାର ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications