ଫିଲ୍ମ 'କନ୍ତାରା'କୁ ନେଇ ନୱାଜୁଦ୍ଦିନ ସିଦ୍ଦିକି ଦେଲେ ଏପରି ମତ, କହିଲେ 'ଇର୍ଷାପରାୟଣ ଭାବନା ସୃଷ୍ଟି ହେଉଛି'
ଫିଲ୍ମ 'କନ୍ତାରା'କୁ ନେଇ ନୱାଜୁଦ୍ଦିନ ସିଦ୍ଦିକି ଦେଲେ ଏପରି ମତ, କହିଲେ 'ଇର୍ଷାପରାୟଣ ଭାବନା ସୃଷ୍ଟି ହେଉଛି'
ମୁମ୍ବାଇ: ଓଟିଟି' ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଛି ସୁପରହିଟ୍ ଫିଲ୍ମ 'କନ୍ତାରା' । ଯାହା ପରେ ପୁଣି ଚର୍ଚ୍ଚା ଓ ପ୍ରଶଂସା ସାଉଁଟୁଛି ଏହି ରିଜିଓନାଲ ଫିଲ୍ମଟି । ନିକଟରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଋଷଭ ଶେଟ୍ଟୀଙ୍କ ଏହି ଫିଲ୍ମ ଦେଖିବା ପରେ ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି । ଏଥି ସହିତ ଋଷଭ ମଧ୍ୟ ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରତିକ୍ରିୟାରେ ସମାନ ଅନ୍ଦାଜରେ ନିଜ ଉତ୍ତର ଦେଇଛନ୍ତି ।

ନିକଟରେ ଇଣ୍ତିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, ଯେଉଁଠି ତାଙ୍କୁ ଋଷବ ଶେଟ୍ଟୀଙ୍କ ଫିଲ୍ମ କନ୍ତାରା ବିଷୟରେ ପ୍ରଶ୍ନ କରାଯାଇଥିଲା ଯାହା ଉତ୍ତରରେ ସେ କହିଥିଲେ ଯେ, କୌଣସି ଅଭିନେତା ଯଦି ଭଲ ଅଭିନୟ କରିଥାଏ, ତେବେ ତାଙ୍କ କାମ ଦେଖି ଇର୍ଷା ଅନୁଭବ ହୋଇଥାଏ ଏହା ସହ କାମ କରିବା ପାଇଁ ପ୍ରେରଣା ମଧ୍ୟ ମିଳିଥାଏ । ହେଲେ ଏହା ନେଗେଟିଭ୍ ବା ନକାରାତ୍ମକ ପ୍ରକାରର ଇର୍ଷା ନୁହେଁ । ଏ ପରି ଫିଲ୍ମ ଦେଖିଲେ ମନରେ କାମ କରିବା ପାଇଁ ଉତ୍ସାହ ଆସିଥାଏ ଏବଂ ଆହୁରି ଭଲ ଅଭିନୟ କରିବା ପାଇଁ, କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ଦେଇଥାଏ ।
ଋଷଭ ଶେଟ୍ଟୀଙ୍କ ପ୍ରତିକ୍ରିୟା
ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସା ଶୁଣିବା ପରେ ଋଷଭ ମଧ୍ୟ ଠିକ୍ ତାଙ୍କରି ଅନ୍ଦାଜରେ ଉତ୍ତର ଦେଇଥିଲେ । ସେ କହିଛନ୍ତି, 'ମୁଁ ନୱାଜ ଭାଇଙ୍କ ଅନେକ ଫିଲ୍ମ ଦେଖିଛି ଏବଂ ତାଙ୍କ ଯାତ୍ରା, କଠିନ ପରିଶ୍ରମ ଏବଂ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ସେ ଆମ ପରି, ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକ, ଯେଉଁ ମାନଙ୍କର କୌଣସି ପୃଷ୍ଠଭୂମି ନାହିଁ କିନ୍ତୁ ଆମେ ଅଭିନୟକୁ ନିଜ କାମକୁ ବଡ କରିବାକୁ ଚାହୁଁଛୁ ।' ସେ ଆହୁରି କହିଛନ୍ତି, ନୱାଜୁଦ୍ଦିନ ସିଦ୍ଦିକି ମୋ ପାଇଁ ଏକ ବିରାଟ ପ୍ରେରଣା । ସେ ଥିଏଟରରୁ ଆସି ଅନେକ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବରୁ କନ୍ନଡ ସିନେମାରେ ମୋତେ ମଧ୍ୟ ଛୋଟ ଛୋଟ ରୋଲ୍ କରିବା ପାଇଁ ପଡୁଥିଲା । ସେ ଆମର ସିନିୟର ଏବଂ ଆମର କେବଳ ଗୋଟିଏ ହି ଯାତ୍ରା ରହିଛି ।












Click it and Unblock the Notifications