Get Updates
Get notified of breaking news, exclusive insights, and must-see stories!

୨୫ କୋଟି ଅଫରକୁ ନା' କହିଲେ ନୱାଜୁଦ୍ଦିନ ସିଦ୍ଦିକି, ଜାଣନ୍ତୁ କ'ଣ ପାଇଁ କରିବେ ନାହିଁ ହଲିଉଡ ଫିଲ୍ମ

ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରୁ ନୱାଜୁଦ୍ଦିନ ସିଦ୍ଦିକି ଜଣେ ।ନିଜର ଚମତ୍କାର ଅଭିନୟରେ ସେ ଦର୍ଶକଙ୍କୁ କରନ୍ତି ମତୁଆଲା । ନୱାଜୁଦ୍ଦିନ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ପ୍ରତ୍ୟେକ ଭୂମିକାରେ ଫିଟ୍ ହୋଇଯାଆନ୍ତି । ଛୋଟ ପାର୍ଶ୍ୱ ଭୂମିକା ଜରିଆରେ ସେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଆମେରିକୀୟ ଇଂରାଜୀ ଚଳଚ୍ଚିତ୍ର 'Laxman Lopez'ପାଇଁ ମିଳିଛି ଅଫର୍ । ତେବେ ଏହାରି ମଧ୍ୟର ନିଜ ଫିଲ୍ମୀ ସଫର ବିଷୟର ଇ-ଟାଇମ୍ସ ସହ ଆଲୋଚନା କରିଛନ୍ତି ସିଦ୍ଦିକି । ସେ କହିଛନ୍ତି ଯେ, ଯଦି ତାଙ୍କୁ ହଲିଉଡ ଫିଲ୍ମରେ କୌଣସି ଛୋଟ ଭୂମିକାରେ ଅଭିନୟ କରିବା ପାଇଁ ଅଫର୍ ଦିଆଯାଏ ତେବେ ସେ କଦାପି କରିବେ ନାହିଁ ।

Nawazuddin Siddiqui

ସେ ଆହୁରୀ ମଧ୍ୟ କହିଛନ୍ତି, - 'ମୁଁ ଇଣ୍ଡଷ୍ଟ୍ରିରେ ଅନେକ ଛୋଟ ଭୂମିକାରେ କାମ କରିଛି । କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ମୁଁ ଆଜି ଏହି ସ୍ଥାନରେ ପହଁଚି ପାରିଛି । ଆଜିର ସମୟରେ, ଯଦି କୌଣସି ହଲିଉଡ ଚଳଚ୍ଚିତ୍ର ମୋତେ ଏକ ଛୋଟ ଭୂମିକା ପାଇଁ କାମ ଦିଏ, ମୁଁ ତାହା କେବେବି କରିବି ନାହିଁ । ମୁଁ ଶପଥ ନେଇଛି, ନିର୍ମାତାମାନେ ଏଥିପାଇଁ ମୋତେ ୨୫ କୋଟି ଟଙ୍କା ଦେଲେ ମଧ୍ୟ ମୁଁ ତାଙ୍କ ଅଫରକୁ ଗ୍ରହଣ କରିବି ନାହିଁ । କାମରେ ନିପୁଣତା ଆଣିବା ଉଚିତ୍ । ଭଲ କାମ କଲେ ଖ୍ୟାତି ଏବଂ ଧନ ଆପେ ଆପେ ତୁପ ମାଖକୁ ଆସିବ ।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଚଳଚ୍ଚିତ୍ରର ଚରିତ୍ରକୁ ବେଶ ସଚେତନ । ଏବଂ ସେ ପ୍ରତିଟି ଭୂମିକାକୁ ନୂଆ ଅନ୍ଦାଜରେ କରିବା ପାଇଁ ଚାହାଁନ୍ତି । ଯେଉଁଥି ପାଇଁ ପ୍ରତ୍ୟେକ ଦିନ ମୁଁ କଠିନ ଚେଷ୍ଟା ଓ ପରିଶ୍ରମ କରିଥାଏ ।

ଆମେରିକାର ଚଳଚ୍ଚିତ୍ର 'Laxman Lopez'ରେ ନୱାଜୁଦ୍ଦିନ ସିଦ୍ଦିକି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି । ଏହା ପରେ ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ 'ରେ ନଜର ଆସିବେ । ଯେଉଁଥିରେ ନୱାଜ ଜଣେ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏହି ଚଳଚ୍ଚିତ୍ରକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+