ବିବାଦ ମଧ୍ୟରେ ରିଲିଜ୍ ହେଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ 'ଯୋଗୀରା ସାରା ରା ରା' ଟିଜର୍', ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
ମୁମ୍ବାଇ: କିଛି ଦିୱ ହେବ ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ତାଙ୍କର ଏକ୍ସ ୱାଇଫ୍ ଆଲିଆଙ୍କ ସହ ବିବାଦ ଲାଗି ରହିଛି । ଘରୋଇ ବିବାଦ ମଧ୍ୟରେ ଅଭିନେତା ନୱାଜୁଦ୍ଦିନଙ୍କୁ ପ୍ରାୟ ଏକ ବର୍ଷ ପରେ ବଡ ପରଦାରେ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯୋଗୀରା ସାରା ରା ରା'ର ଟିଜର ଆଜି ରିଲିଜ ହେବା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।
'ଯୋଗୀରା ସାରା ରା ରା' ଟିଜର କମେଡିରେ ତଡକା
ନୱାଜଙ୍କ ଫିଲ୍ମ 'ଯୋଗୀରା ସାରା ରା ରା'ର ଟିଜର ଭରପୁର କମେଡି ଦେଖିବା ପାଇଁ ମିଳୁଛି । ଫିଲ୍ମରେ ନୱାଜ ଯୋଗୀ ନାମକ ଚରିତ୍ରରେ ନଜର ଆସିବେ । ଟିଜର ଆରମ୍ଭ ହୁଏ ଅଭିନେତାଙ୍କ ଏକ ଜବରଦସ୍ତ ଡାଇଲଗରୁ । ଏହା ପରେ ନେହା ଶର୍ମାଙ୍କ ଏଣ୍ଟ୍ରି ହୁଏ ସେ ଫିଲ୍ମରେ ଜୋଗୀ ନାମକ ଚରିତ୍ରକୁ ସମାଲୋଚନା କରି କହୁଛନ୍ତି ତୁମକ ସବୁ ଆଇଡିଆ ଫେଲ୍ ମାରେ । ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ ନୱାଜଙ୍କ କମେଡି ଫିଲ୍ମ ହିଟ୍ ହେବାକୁ ଯାଉଛି ।
NAWAZUDDIN SIDDIQUI: ‘JOGIRA SARA RA RA’ TEASER IS HERE... #NawazuddinSiddiqui and #NehaSharma star in #JogiraSaraRaRa, a rom-com with a twist… Directed by #KushanNandy… In *cinemas* 12 May 2023.#JogiraSaraRaRaTeaser: pic.twitter.com/L0bodhWOC3
— taran adarsh (@taran_adarsh) April 14, 2023
'ଯୋଗୀରା ସାରା ରା ରା' କେବେ ମୁକ୍ତିଲାଭ କରିବ?
କୁଶନ ନନ୍ଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଟିଜର ସହିତ 'ଯୋଗୀରା ସାରା ରା ରା 'ର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ୧୨ ମଇ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଟିଜର ରିଲିଜ୍ ହେବା ପରେ ନୱାଜଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ଶୁଭେଚ୍ଛା ଜଣାଉଛନ୍ତି ।

ପାରିବାରିକ କଳହ ଯୋଗୁଁ ନୱାଜଙ୍କ ଫିଲ୍ମ ରିଲିଜ ହୋଇନଥିଲା
ଦୀର୍ଘ ଧରି ପାରିବାରିକ ବିବାଦ ଲାଗି ରହିଥିବାରୁ ନୱାଜଙ୍କର ଏହି ଫିଲ୍ମ ରିଲିଜ୍ ହେଉନଥିଲା । ଅଭିନେତା ଶେଷ ଥର ପାଇଁ ହିରୋପନ୍ତି ୨ରେ ନଜର ଆସିଥିଲେ । ସୂଚନାଥାଉ ଯେ, ନୱାଜ ତାଙ୍କ ପୂର୍ବତନ ପତ୍ନୀ ଆଲିଆଙ୍କ ସହ ସମାଧାନ ବିଷୟରେ ଆଲୋଚନା କରୁଛନ୍ତି । ଯାହା ସ୍ପଷ୍ଟ ହେବା ପରେ ଫିଲ୍ମ 'ଯୋଗୀରା ସାରା ରା'ର ଟିଜର ରିଲିଜ ହୋଇଛି, ନୱାଜ ମଧ୍ୟ ଫିଲ୍ମ ରିଲିଜ ହେବା ପରେ ବେଶ୍ ଖୁସ ଅଛନ୍ତି ।












Click it and Unblock the Notifications