Get Updates
Get notified of breaking news, exclusive insights, and must-see stories!

ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ଆଲିଆ ସିଦ୍ଦିକି ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଲେ । ଥାନାରେ ରୁଜୁ ହେଲା ମାମଲା ।

 Nawazuddin Siddiqui

ମୁମ୍ବାଇ:ଗତକିଛି ଦିନ ହେଲା ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ଅଛନ୍ତି ଏହି ଅଭିନେତା । ଦିନକୁ ଦିନ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଆଲିଆ ସିଦ୍ଦିକିଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୂଚନା ଅନୁସାରେ, ବର୍ତ୍ତମାନ ଆଲିଆ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଆଲିଆ କାନ୍ଦି କାନ୍ଦି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ପିଲାମାନଙ୍କର ସୁରକ୍ଷା ଚାହୁଁଛନ୍ତି ନୱାଜୁଦ୍ଦିନ

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଲିଆ ସିଦ୍ଦିକି କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହା ସହିତ ଆଲିଆ ନୱାଜଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । ଭିଡିଓରେ ଆଲିଆ ସିଦ୍ଦିକି ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିଷୟରେ କହିଛନ୍ତି- ନୱାଜ ଗତକାଲି କୋର୍ଟରେ ଏକ ମାମଲା ଦାୟର କରିଛନ୍ତି ସେ ପିଲାମାନଙ୍କର ସୁରକ୍ଷା ଚାହୁଁଛନ୍ତି । ନୱାଜ ଟଙ୍କା ଦେଇ ସବୁକିଛି କିଣି ପାରିବା ପାଇଁ ଚାହୁଁଛନ୍ତି । ମୋ ପିଲାମାନଙ୍କୁ ମୋଠାରୁ ଛଡ଼ାଇ ନେବା ପାଇଁ ଚାହୁଁଛନ୍ତି । ସେ ମୋ ପିଲାମାନଙ୍କ ଯତ୍ନ ନେଇପାରିବେ ନାହିଁ । ସେ ତାଙ୍କ ଶକ୍ତିର ଅପବ୍ୟବହାର କରୁଛନ୍ତି ବୋଲି ଅଭିନେତାଙ୍କ ପତ୍ନୀ ଦାବି କରିଛନ୍ତି ।

ଦୁଷ୍କର୍ମ ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ସୂଚନାଯୋଗ୍ୟ ଯେ, ଆଲିଆ ସିଦ୍ଦିକି ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଛନ୍ତି । ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଗତକାଲି ଭର୍ସୋଭା ପୋଲିସ ଷ୍ଟେସନରେ ପ୍ରମାଣ ସହ ଦାଖଲ କରିଛନ୍ତି ବୋଲି ଏହି ଭିଡିଓରେ ସୂଚନା ଦେଇଛନ୍ତି ଆଲିଆ ସିଦ୍ଦିକି । ପୂର୍ବରୁ ଆଲିଆ ସିଦ୍ଦିକି ଅଭିନେତା ଏବଂ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇ ରଖିବା ଭଳି ଗୁରୁତର ଅଭିଯୋଗ ଲଗାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+