କିଏ ଏହି 'Bossy Lady' ? ଜାଣିଲେ ଘୂରିବ ମୁଣ୍ଡ...
କିଏ ଏହି ଅଭିନେତ୍ରୀ ? କିଏ ଏହି 'ବସି ଲେଡି' ? ବଲିଉଡରେ ନୂଆ ଫେସ ପରି ଲାଗୁଛି । ବେଶ୍ ଷ୍ଟାଇଲିସ୍ ଅନ୍ଦାଜରେ ବସିଛନ୍ତି । ସ୍ୱାଗ୍ ବି କିଛି କମ୍ ନୁହେଁ। ଗାଉନ୍ ଓ ହେବି ମେକ୍ଅପ୍ ସାଙ୍ଗକୁ ଜୁଏଲାରୀ । ଚେୟାରରେ ଡେରି ହୋଇ ରହିଛି ଏକ ଖଣ୍ଡା ଓ ଗୋଟେ ହାତର
Haddi first look: ହେଡଲାଇନ୍ ପଢିଲା ପରେ ଆପଣ ଏବେ ଖୋଜୁଥିବେ ଉତ୍ତର । କିଏ ଏହି ଅଭିନେତ୍ରୀ ? କିଏ ଏହି 'ବସି ଲେଡି' ? ବଲିଉଡରେ ନୂଆ ଫେସ ପରି ଲାଗୁଛି । ବେଶ୍ ଷ୍ଟାଇଲିସ୍ ଅନ୍ଦାଜରେ ବସିଛନ୍ତି । ସ୍ୱାଗ୍ ବି କିଛି କମ୍ ନୁହେଁ । ଗାଉନ୍ ଓ ହେବି ମେକ୍ଅପ୍ ସାଙ୍ଗକୁ ଜୁଏଲାରୀ । ଚେୟାରରେ ଡେରି ହୋଇ ରହିଛି ଏକ ଖଣ୍ଡା ଓ ଗୋଟେ ହାତରେ ଲାଗିଛି ରକ୍ତ ।

ଯିଏ ଦେଖୁଛି ସିଏ ଚକିତ ହୋଇଯାଉଛି । ପ୍ରକୃତରେ କିଏ ଏହି ନୂଆ ଅଭିନେତ୍ରୀ ଜଣଙ୍କ ? କିଛି ଜଣାପଡୁ ନାହିଁ । କେହି କେହି କହୁଛନ୍ତି ଅର୍ଚ୍ଚନା ପୂରଣ ସିଂ ବୋଲି । କପିଲ ଶର୍ମା ଶୋ' ଛାଡି ନୂଆ ଫିଲ୍ମ କରୁଛନ୍ତି ଅର୍ଚ୍ଚନା ପୂରଣ ସିଂ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଉତ୍ତର ଆଜ୍ଞା...
ଆଗକୁ ଆସୁଛି କ୍ରାଇମ ଥ୍ରୀଲର ବେସ୍ଡ ଚଳଚ୍ଚିତ୍ର 'ହଡ୍ଡି' । ଯାହାର ପ୍ରଥମ ଲୁକ୍ କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଛି । ପ୍ରଥମ ଲୁକ୍ ପରେ ଫିଲ୍ମକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ଏହାଠୁ ବେଶି ମୋସନ୍ ପୋଷ୍ଟରରେ ଥିବା ସୁନ୍ଦରୀଙ୍କ ବିଷୟରେ ଜାଣିବାକୁ ପାଗଳ ପ୍ରାୟ ସିନେପ୍ରେମୀ । ତେବେ ମୋସନ୍ ପୋଷ୍ଟରରେ ଥିବା ଏହି ସୁନ୍ଦର ଅଭିନେତ୍ରୀ ଜଣକ ହେଉଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ହଁ ଆଜ୍ଞା, ଆପଣ ନୱାଜଙ୍କୁ ଏହି ଚଳଚ୍ଚିତ୍ରର ମୋସନ ପୋଷ୍ଟରରେ ଦେଖୁଛନ୍ତି । ଟିକେ ଆଶ୍ଚର୍ଯ୍ୟ ଲାଗିଲା ନା ଏବେ...
Crime has a new avatar🔥
— Nawazuddin Siddiqui (@Nawazuddin_S) August 23, 2022
Started filming fr dis noir revenge drama #Haddi
Releasing 2023@AkshatAjay @rajesh_rosesh #SaurabhSachdeva @ShreeDharDubey @jayoza257 @ravibasrur @sanjaysaha06 @iamradhikananda #AnanditaStudios @ZeeStudios_ @ZeeMusicCompany @zeecinema @WallsAndTrends pic.twitter.com/qzIrS311mv
ଏହି ମୋସନ ପୋଷ୍ଟରରେ ନୱାଜୁଦ୍ଦିନ ମହିଳା ଲୁକରେ ନଜର ଆସିଛନ୍ତି । 'ହଡ୍ଡି'ର ସୁଟିଂ ଆରମ୍ଭ ହୋଇଛି ଏବଂ ଏହି ଚଳଚ୍ଚିତ୍ର 2023 ମସିହାରେ ମୁକ୍ତିଲାଭ କରିବ । ଯଦିଓ ନୱାଜଙ୍କ ଲୁକ୍ ଓ ଫିଲ୍ମ ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ, ଦର୍ଶକଙ୍କଏଥର ବଲିଉଡରେ କିଛି ନୂଆ ଦେଖିବାକୁ ପାଇବେ । ନିର୍ମାତାଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ର ଏକ ରିଭେଞ୍ଜ ଡ୍ରାମା । ଚଳଚ୍ଚିତ୍ରର ସେୟାର ହୋଇଥିବା ପୋଷ୍ଟରରେ ଲେଖାଯାଇଛି, 'ଅପରାଧ ଏହାଠାରୁ ଅଧିକ ସୁନ୍ଦର ନୁହେଁ' ।

ତାଙ୍କ ଚଳଚ୍ଚିତ୍ରର ଚରିତ୍ର ବିଷୟରେ ନୱାଜ କହିଛନ୍ତି, 'ମୁଁ ଅନେକ ଭିନ୍ନ ଚରିତ୍ରରେ ଅଭିନୟ କରିଛି, କିନ୍ତୁ ମୁଁ ଏପରି ଚରିତ୍ରରେ କେବେବି ଅଭିନୟ କରି ନାହିଁ । ଜଣେ ଅଭିନେତା ଭାବରେ, ଏହି ଚଳଚ୍ଚିତ୍ର ମୋତେ କିଛି ନୂଆ କରିବାର ସୁଯୋଗ ଦେଉଛି ।












Click it and Unblock the Notifications