ନୱାଜୁଦ୍ଦିନ ସିଦ୍ଦିକି @48

ହିନ୍ଦୀ ସିନେମାର ସଫଳ ଅଭିନେତା । ବଡ ପରଦାରେ ତାଙ୍କର ସଫଳତା ହିଁ ଦେଖାଇ ଦିଏ ସେ ଏହି ସ୍ଥାନରେ ପହଞ୍ଚିବା ପାଇଁ କେତେ ସଂଘର୍ଷ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି, ଅଭିନୟକୁ ଜୀବନ୍ତ କରିବାରେ ମାହିର ।

ମୁମ୍ବାଇ: ହିନ୍ଦୀ ସିନେମାର ସଫଳ ଅଭିନେତା । ବଡ ପରଦାରେ ତାଙ୍କର ସଫଳତା ହିଁ ଦେଖାଇ ଦିଏ ସେ ଏହି ସ୍ଥାନରେ ପହଞ୍ଚିବା ପାଇଁ କେତେ ସଂଘର୍ଷ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି, ଅଭିନୟକୁ ଜୀବନ୍ତ କରିବାରେ ମାହିର । ସିଦ୍ଦିକି 1974 ମେ 19ରେ ଉତ୍ତର ପ୍ରଦେଶ ମୁଜାଫରନଗରରେ ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କର 48 ତମ ଜନ୍ମଦିବସ ।

Nawazuddin

ନିଆରା ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ନୱାଜୁଦ୍ଦିନ। ସିଦ୍ଦିକିଙ୍କର ପ୍ରଶଂସକ କେବଳ ଭାରତରେ ନୁହଁନ୍ତି ସମଗ୍ର ବିଶ୍ବରେ ଅଛନ୍ତି।ଅମିର ଖାନଙ୍କ ସୁପରହିଟ୍ ଫିଲ୍ମ 'ସରଫରୋସ'ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ନୱାଜ ଆଜି ବଲିଉଡର ଲୋକପ୍ରିୟ ଅଭିନେତା ରୂପେ ବିବେଚିତ ହୋଇଛନ୍ତି ।'ସରଫରୋସ' ପରେ ଫେମସ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ 'ଜଙ୍ଗଲ' ଓ ରାଜକୁମାର ହିରାନୀଙ୍କ 'ମୁନ୍ନା ଭାଇ ଏମବିବିଏସ'ରେ ଛୋଟ ଭୂମିକାରେ ନଜର ଆସିଥିଲେ ଅଭିନେତା । ମୁମ୍ବାଇ ଆସିବା ପରେ ସେ ଟିଭି ସିରିଏଲରେ କାମ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଧିକ ସଫଳତା ପାଇପାରିଲେନି ।

bunglow

ସେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ସହ ଏକ କ୍ଷୁଦ୍ର ଚଳଚ୍ଚିତ୍ର 'ଦି ବାଇପାସ୍' (2003)ରେ କାମ କରିଥିଲେ । 2002ରୁ 2005 ପର୍ଯ୍ୟନ୍ତ, ତାଙ୍କୁ କୌଣସି ବଡ ପ୍ରୋଜେକ୍ଟ ମିଳିନଥିଲା । ହାତରେ କାମ ନଥିବାରୁ ଆର୍ଥିକ ସମସ୍ୟାର ମଧ୍ୟ ସାମନା କରିଥିଲେ । 2004 ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା । କାରଣ ଭଡା ଦେବାରେ ଅସମର୍ଥ ଥିଲେ, ତେଣୁ ସେ ରହିବାକୁ ନିଜ ଏନଏସଡି ସିନିୟରଙ୍କୁ ଅନୁରୋଧ କରିଥିଲେ। 2010ରେ ଆସିଥିବା ଅନୁଷା ରିଜୱୀଙ୍କ 'ପିପଲି ଲାଇଭ' ବଦଳାଇଥିଲା ନୱାଜଙ୍କ ଭାଗ୍ୟ । 'ମାନଝି ଦି ମାଉଣ୍ଟେନ ମ୍ୟାନ'ରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିଲେ ।

siddiqui

ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । କେବଳ ବଲିଉଡର ଫିଲ୍ମନୁହେଁ ସିଦ୍ଦିକି ଅନେକ ୱେବ ସିରିଜରେ ଦେଖାଛନ୍ତି ତାଙ୍କର ତାଙ୍କର ଅଭିନୟର ଯାଦୁ । ସାକ୍ରେଡ ଗେମ୍ସ, ଫଟୋଗ୍ରାଫ, ଲାୟନ, ରାତ ଅକେଲି ଭଳି ସିରିଜରେ ସେ କରିଛନ୍ତି ଅଭିନୟ । ଏହାଛଡା ସେ ମ୍ୟୁଜିକ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ନିଜର କଳା ପାଇଁ ସେ ଅନେକ ପୁରସ୍କାର ଜିତି ବଲିଉଡ ପାଇଁ ଗର୍ବ ଆଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+