ପରଲୋକରେ ନଟୁ କାକା: ଦେଶର ଦୀର୍ଘତମ ସିରିୟଲରେ କରୁଥିଲେ ନିଖୁଣ ଅଭିନୟ

ମୁମ୍ବାଇ: ଭାରତୀୟ ଟେଲିଭିଜନ ସିରିୟାଲ ଦୁନିଆର ସର୍ବ ବୃହତ ଶୋ' "ତାରକ ମେହଟା କା ଉଲଟା ଚଷମା"ର ଲୋକପ୍ରୀୟ ଅଭିନେତା ନଟୁ କାକାଙ୍କ ଆଜି ଦେହାନ୍ତ ହୋଇଯାଇଛି । ଘନଶ୍ୟାମ ନାଏକ ଓରଫ ନଟୁ କାକା କାମ କରନ୍ତି ଧାରାବାହିକର ମୁଖ୍ୟ ଅଭିନେତାଙ୍କ ଇଲେକ୍ଟ୍ରୋନିକ ଦୋକାନରେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଯେ, ମୁମ୍ବାଇ ବୁଲିବାକୁ ଯାଇଥିବା ଦେଶର ଅଗଣିତ ଜନତା ସେହି କାଳ୍ପନିକ ଇଲେକ୍ଟ୍ରୋନିକ ଦୋକାନକୁ ଦେଖିବା ପାଇଁ ସୁଟିଙ୍ଗ ଲୋକସନରେ ପହଞ୍ଚି ଥାନ୍ତି।

natu kaka

'ତାରକ ମେହେଟ୍ଟା କା ଓଲଟା ଚଷମା' ଧାରାବାହିକରେ ନଟୁ କାକାଙ୍କ କୋମନ ଡାଏଲଗ ହେଲା: 'ସେଠ ଜୀ, ମେରା ପଗାର ବଢ଼ାଓ' । ଆପଣ ଧାରାବାହିକ 'ତାରକ ମେହେଟ୍ଟା କା ଓଲଟା ଚଷମା' ଦେଖୁଥିଲେ ନିଶ୍ଚିତ ଭାବେ ଏହି ଡାଇଲଗଟି ଶୁଣିଥିବେ | ତେବେ ଆଉ ଆପଣ ନଟୁ କାକାଙ୍କ ଅଭିନୟ ଦେଖିବାକୁ ପାଇବେ ନାହିଁ । କ୍ରମାଗତ ୧୩ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସିଥିବା ଅଭିନେତା ଘନଶ୍ୟାମ ନାଏକଙ୍କର ଆଜି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

କରୋନା ସମୟରୁ ସୁଟିଙ୍ଗ ସେଟକୁ ଆସୁ ନଥିଲେ

ତାରକ ମେହେଟ୍ଟା କା ଓଲଟା ଚଷମା'ରେ ଜେଠାଲାଲଙ୍କ ଶୋରୁମରେ ନଟୁ କାକା ଭୂମିକାରେ ଅଭିନୟ କରିଥିଲେ। ତେବେ ଧାରାବାହିକରେ ନଟୁ କାକାଙ୍କ ସୁଟିଙ୍ଗ ବନ୍ଦ ଥିଲା କରୋନାର ପ୍ରଥମ ଲହରରୁ। ବୟସାଧିକ କାରଣରୁ ମହାମାରୀ ସମୟରେ ତାଙ୍କ କିଛିଦିନ ବିଶ୍ରାମ ଦିଆଯାଇଥିବା କୁହା ଯାଇଥିଲା ପ୍ରଯୋଜକଙ୍କ ଦ୍ଵାରା। ତେବେ ପରିସ୍ଥିତି ସ୍ଵାଭାବିକ ହେଲେ ପୁଣି ସୁଟିଙ୍ଗକୁ ଫେରିବେ ନଟୁ କାକା ବୋଲି କୁହା ଯାଇଥିଲା।

କ୍ୟାନ୍ସରରେ ପୀଡିତ ଥିଲେ ନଟୁ କାକା

କ୍ରମାଗତ ୧୩ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସିଥିବା ଅଭିନେତା ଘନଶ୍ୟାମ ନାଏକଙ୍କର ଆଜି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ନଟୁ କାକା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ନଟୁ କାକା କ୍ୟାନ୍ସରରେ ପୀଡିତ ଥିବା କଥା ମଧ୍ୟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି କବୟସାଧିକ୍ୟ ଯୋଗୁଁ ସେ ପ୍ରତିଦିନ ସୁଟିଂ କରିପାରୁ ନଥିଲେ ବି ସେ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାରକ ମେହେଟ୍ଟା ସୋ'ର ଏକ ପ୍ରମୁଖ ଚରିତ୍ର ଥିଲେ।

tarak mehta ka ooltah chasma

ବଳିଷ୍ଠ ଅଭିନୟ ଏବଂ ଅତ୍ୟନ୍ତ ଜୀବନ୍ତ ପ୍ରଦର୍ଶନ ଯୋଗୁ ଆଜି ନଟୁ କାକାଙ୍କ ଦେହାନ୍ତରେ ତାଙ୍କର କୋଟି କୋଟି ପ୍ରସଂଶକଙ୍କ ମନରେ ଶୋକର ଛାଯା ଖେଳି ଯାଇଛି। ଆଜି ଟୁଇଟର ଭଳି ସାମାଜିକ ଗଣମାଧ୍ୟମରେ ନଟୁ କାକାଙ୍କ ନାମଟି ଟ୍ରେଣ୍ଡିଂ କରୁଛି। ଧାରାବାହିକରେ ନିଜ ମାଲିକକୁ ସର୍ବଦା ଦରମା ବଢାଇବା ପାଇଁ ଅନୁରୋଧ କରୁଥିବା ତଥା ମଜାଳିଆ ଢଙରେ ଧମକ ଦେଉଥିବା ନଟୁ କାକଙ୍କ ଅଭିନୟ ସବୁଦିନ ପାଇଁ ରହିଗଲା ଟେଲିଭିଜନର ସିଲଭର ସ୍କ୍ରିନରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+