ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରକେଟ୍ରି ଶ୍ରେଷ୍ଠ ଚଳଚ୍ଚିତ୍ର, ଆରଆରଆର ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର
ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ର ବିଜେତାଙ୍କ ଘୋଷଣା ପିଆଇବି (ପ୍ରେସ ଇନଫରମୋନ ବ୍ୟୁରୋ) ପକ୍ଷରୁ କରାଯାଇଛି । ରାଜଧାନୀ ଦିଲ୍ଲୀର ନାଶନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆୱାର୍ଡ ସେରିମନିର ଆୟୋଜନ କରାଯାଇଛି ।

ତେବେ ରକେଟ୍ରି: ଦ ନାମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ଆରଆରଆରକୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ତଥା ପୁଷ୍ପା ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଜାତୀୟ ଏକତା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ ଦତ ପୁରସ୍କାର ଦି କଶ୍ମୀର ଫାଇଲ୍ସକୁ ଦିଆଯାଇଛି । ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ ସିଂକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।
ଜାତୀୟ ପୁରଷ୍କାର ତାଲିକା
- ସର୍ବୋତ୍ତମ ନିର୍ଦ୍ଦେଶନା - ନିଖିଲ ମହାଜନ (ମରାଠୀ ଚଳଚ୍ଚିତ୍ର) ଗୋଦାବରୀ
- ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍ - ପଲ୍ଲଭି ଯୋଶୀ (କାଶ୍ମୀର ଫାଇଲ)
- ବେଷ୍ଟ ସପୋର୍ଟିଂ ଆକ୍ଟର - ପଙ୍କଜ ତ୍ରିପାଠୀ (ମିମି)
- ସର୍ବୋତ୍ତମ ସଂଗୀତ ନିର୍ଦ୍ଦେଶନା - ପୁଷ୍ପା ଏବଂ ଆର ଆର ଆର
- ବେଟେ କଷ୍ଟ୍ୟୁମ ଡିଜାଇନର୍ - ସର୍ଦ୍ଦାର ଉଦ୍ଧମ ସିଂ
- ବେଷ୍ଟ ପ୍ରଡକଶନ ଡିଜାଇନ - ସର୍ଦ୍ଦାର ଉଦ୍ଧମ ସିଂ
- ବେଷ୍ଟ ଏଡିଟିଂ - ଗାଙ୍ଗୁବାଇ କାଠିଆୱାଡି
- ବେଟେ କୋରିଓଗ୍ରାଫି - ଆରଆରଆର
- ଶ୍ରେଷ୍ଠ ସିନେମାଟୋଗ୍ରାଫି - ସର୍ଦ୍ଦାର ଉଦ୍ଧମ ସିଂ
- ବେଷ୍ଟ ମେଲ ସିଙ୍ଗର - କାଲ ଭୈରବ (ଆରଆରଆର)












Click it and Unblock the Notifications