ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ
ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ
ମୁମ୍ବାଇ: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ । ହିନ୍ଦୀ ସିନେମାର ଦମଦାର କଳାକାର ସନ୍ନି ଦେଓଲ୍ ଦୀର୍ଘ ସମୟ ପରେ 'ଚୁପ୍ - ଦି ରିଭେଞ୍ଜ୍ ଅଫ୍ ଆର୍ଟିଷ୍ଟ' ମାଧ୍ୟମରେ ବଡ଼ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ର 'ଚୁପ୍' କୁ ନେଇ ରିଲିଜ୍ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ 'ଚୁପ୍' ଏପରି ଏକ ଚଳଚ୍ଚିତ୍ର ଯାହା ରିଲିଜ୍ ପୂର୍ବରୁ ଫିଲ୍ମ କ୍ରିଟିକ୍ସଙ୍କ ବଦଳରେ ଦର୍ଶକଙ୍କୁ ମାଗଣାରେ ପ୍ରଦର୍ଶିତ ହେବ । ସେପଟେ 'ଚୁପ୍' ରିଲିଜ୍ ଦିନ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟରେ ମାତ୍ର ୭୫ ଟଙ୍କାରେ ଟିକେଟ ବୁକ୍ କରାଯାଉଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳୁଛି ।
ସନି ଦେଓଲଙ୍କ ଏହି ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ୭୫ ଟଙ୍କା
ସାଧାରଣତ ସିନେମା ହଲରେ ଅର୍ଥାତ୍ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ର ଟିକେଟ୍ ମୂଲ୍ୟ ପ୍ରାୟ ୩୦୦-୪୦୦ ଟଙ୍କା ହୋଇଥାଏ । ଏପରି ସ୍ଥିତିରେ ଯଦି କୌଣସି ଫିଲ୍ମ ଟିକେଟର ମୂଲ୍ୟ ପ୍ରେକ୍ଷାଳୟରେ ମାତ୍ର ୭୫ ଟଙ୍କା ହୋଇଯାଏ, ସେତେବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ଆଶ୍ଚର୍ଯ୍ୟ କରିଥାଏ । ବଲିଉଡ ନିର୍ଦ୍ଦେଶକ ଆର ବାଲ୍କିଙ୍କ ଫିଲ୍ମ 'ଚୁପ୍' ରିଲିଜ୍ ଦିନ ମାତ୍ର ୭୫ ଟଙ୍କାରେ ଟିକେଟ୍ କିଣି ପାରିବେ ଦର୍ଶକ । ତେବେ ଏହା ପଛର କାରଣ ହେଉଛି 'ଜାତୀୟ ସିନେମା ଦିବସ' ।

ବାସ୍ତବରେ ମହାମାରୀ କରୋନା ପାଇଁ ଦୀର୍ଘଦିନ ଧରି ସିନେମା ଘର ବନ୍ଦ ରହିଥିଲା । ୧୬ ସେପ୍ଟେମ୍ବର ୨୦୨୧ରେ କରୋନା ଅବଧି ପରେ ୫୦ ପ୍ରତିଶତ ଦର୍ଶକଙ୍କ କ୍ଷମତା ସହିତ ଥିଏଟର ଖୋଲାଯାଇଥିଲା । ଖାସ୍ ଏହି କାରଣରୁ ମଲ୍ଟିପ୍ଲେକ୍ସ ଆସୋସିଏସନ ଦ୍ୱାରା ସିନେମା ହଲ୍ ଖୋଲିବାର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଜାତୀୟ
ସିନେମା ଦିବସ ପାଳନ କରାଯାଉଛି । ପୂର୍ବରୁ ଏହି ବିଶେଷ ଦିନ ୧୬ ସେପ୍ଟେମ୍ବରରେ ପାଳନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ଉତ୍ସବ ୨୩ ସେପ୍ଟେମ୍ବରରେ ପାଳନ କରାଯିବ । 'ଜାତୀୟ ସିନେମା ଦିବସ' ପାଇଁ ମଲ୍ଟିପ୍ଲେକ୍ସ ଥିଏଟର ଗୁଡ଼ିକରେ ମାତ୍ର ୭୫ ଟଙ୍କାରେ ଚଳଚ୍ଚିତ୍ରର ଟିକେଟ୍ ପାଇପାରିବେ ଦର୍ଶକ ।
ଫିଲ୍ମ 'ଚୁପ୍' ୨୩ ସେପ୍ଟେମ୍ବରରେ ରିଲିଜ୍ ହେବପାଇଁ ଯାଉଛି । ଯାହାକୁ ପ୍ରଥମ ଦିନ ଦର୍ଶକ ମାତ୍ର ୭୫ ଟଙ୍କାରେ ଦେଖିବାର ମୌକା ପାଇରିବେ ।












Click it and Unblock the Notifications