ଆଜି ଜାତୀୟ ସିନେମା ଦିବସ: ମାତ୍ର ୭୫ ଟଙ୍କାରେ ଦେଖନ୍ତୁ ସିନେମା

ଆଜି ଜାତୀୟ ସିନେମା ଦିବସ: ମାତ୍ର ୭୫ ଟଙ୍କାରେ ଦେଖନ୍ତୁ ସିନେମା

National Cinema Day 2022: ଆଜି ଜାତୀୟ ସିନେମା ଦିବସ । ୨୦୦ କିମ୍ବା ୩୦୦ ନୁହେଁ ମାତ୍ର ୭୫ ଟଙ୍କାରେ ଦେଖନ୍ତୁ ବଲିଉଡ, ହଲିଉଡ, ଟଲିଉଡ ବା ଓଲିଉଡ ସିନେମା । ମଲ୍ଟିପ୍ଲେକ୍ସ ହେଉ ଅବା ସିଙ୍ଗଲ ସ୍କ୍ରିନ ସବୁଠି ସମାନ ଦର ରଖାଯାଇଛି । ଆଜି ଦିନକୁ ସେଲିବ୍ରେଟ କରିବା ପାଇଁ, ଦର୍ଶକଙ୍କୁ ଭିନ୍ନ ଏକ ଅନୁଭୂତି ଦେବା ପାଇଁ ମଲ୍ଟିପ୍ଲେସ୍ ଆସୋସିଏସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସାରା ଦେଶର ଦର୍ଶକ ଆଜି ଏହି ଅଫରର ଲାଭ ନେଇ ପାରିବେ ।

National Cinema Day

ପିଭିଆର୍, ଆଇନକ୍ସ, ସିନେପଲିସ୍, ସମେତ ପ୍ରାୟ ୪ ହଜାରରୁ ଅଧିକ ବଡ଼ ପରଦାରେ ଆଜି ସିନେମା ଦେଖିବାର ମଜା ନେଇ ପାରିବେ ଦର୍ଶକ । ସୂଚନା ଅନୁସାରେ, ଆଜି ଦେଶର ପ୍ରାୟତଃ ସମସ୍ତ ହଲ୍ ହାଉସଫୁଲ୍ ରହିଛି । ମହାମାରୀ କରୋନା ପାଇଁ ଦୀର୍ଘଦିନ ଧରି ସିନେମା ଘର ବନ୍ଦ ରହିଥିଲା । ୧୬ ସେପ୍ଟେମ୍ବର ୨୦୨୧ରେ କରୋନା ଅବଧି ପରେ ୫୦ ପ୍ରତିଶତ ଦର୍ଶକଙ୍କ କ୍ଷମତା ସହିତ ଥିଏଟର ଖୋଲାଯାଇଥିଲା ।

ଆଜି ହିନ୍ଦୀ ସିନେମାର ଦମଦାର କଳାକାର ସନ୍ନି ଦେଓଲଙ୍କ ଫିଲ୍ମ 'ଚୁପ୍ - ଦି ରିଭେଞ୍ଜ୍ ଅଫ୍ ଆର୍ଟିଷ୍ଟ' ବଡ଼ ପରଦାରେ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ଆର୍.ମାଧବନଙ୍କ ଫିଲ୍ମ 'ଧୋକା' ଆଜି ମୁକ୍ତିଲାଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+