ଜାତୀୟ ପୁରସ୍କାର ବିଜେତା ଶ୍ୟାମ ବେନେଗଲ ଅସୁସ୍ଥ, କିଡନୀ ରୋଗରେ ପୀଡିତ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ଅନେକ ଜାତୀୟ ପୁରସ୍କାର ବିଜେତା ଶ୍ୟାମ ବେନେଗଲ ଅସୁସ୍ଥ ହୋଇପଡିଛନ୍ତି । ସୂଚନା ରହିଛି ଯେ, ସେ ଡାକ୍ତରଖାନ ଯିବା ପାଇଁ ସକ୍ଷମ ନଥିବାରୁ ତାଙ୍କୁ ଘରେ ହିଁ ଚିକିତ୍ସା କରାଯାଉଛି ।

Shyam Benegal

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ଅନେକ ଜାତୀୟ ପୁରସ୍କାର ବିଜେତା ଶ୍ୟାମ ବେନେଗଲ ଅସୁସ୍ଥ ହୋଇପଡିଛନ୍ତି । ସୂଚନା ରହିଛି ଯେ, ସେ ଡାକ୍ତରଖାନ ଯିବା ପାଇଁ ସକ୍ଷମ ନଥିବାରୁ ତାଙ୍କୁ ଘରେ ହିଁ ଚିକିତ୍ସା କରାଯାଉଛି । ତେବେ ସେ କିଡନୀ ରୋଗରେ ପୀଡିତ ଥିବା ନେଇ ସୂଚନା ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୮୮ ବର୍ଷୀୟ ଶ୍ୟାମ ବେନେଗାଲଙ୍କର ଉଭୟ କିଡନୀ ନଷ୍ଟ ହୋଇଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ସେ ଚଲାବୁଲା ମଧ୍ୟ କରିପାରୁ ନାହାଁନ୍ତି । ସେ ଡାଏଲିସିସ୍ ପାଇଁ ଡାକ୍ତରଖାନା ଯିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ତେଣୁ ଘରେ ହିଁ ତାଙ୍କର ଚିକିତ୍ସା କରାଯାଉଛି । ଏନେଇ ନିର୍ଦ୍ଦେଶକ ଶ୍ୟାମ ବେଲେଗଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସୂଚନାଥାଉ ଯେ, ଶ୍ୟାମ ବେନେଗାଲ ୮ଥର ନ୍ୟାସନାସ ଆୱାର୍ଡ ଜିତିଛନ୍ତି ।

ରିପୋର୍ଟ ଅନୁଯାୟୀ, ସେ ତାଙ୍କର ଆଗାମୀ ପ୍ରଜୋକ୍ଟକୁ ନେଇ କାମ କରୁଥିଲେ । ସେ ଆଗାମୀ ଫିଲ୍ମ 'ମୁଜିବ:ଦ ମେକିଂ ଅଫ୍ ଏ ନେଶନ'ନାମକ ଏକ ଫିଲ୍ମ ପାଇଁ ବ୍ୟସ୍ତ ଥିଲେ । ଏହି ଫିଲ୍ମଟି ବାଂଲାଦେଶର ପ୍ରଥନ ରାଷ୍ଟ୍ରପତି ମୁଜିବୁର ରହମାନଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମଟି ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ହେଲେ ବିବାଦ ପାଇଁ ବାରମ୍ବାର ରିଲିଜ୍ ତାରିଖ ଘୁଞ୍ଚା ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+