ପାକିସ୍ତାନୀ କ୍ରିକେଟର ନାସିମ ଶାହାଙ୍କ ପାଇଁ ଟ୍ରୋଲ୍ ହେଲେ ଉର୍ବଶୀ !

Naseem Shah Followed Urvashi Rautela On Instagram

Naseem Shah And Urvashi Rautela : ଟି-୨୦ ମ୍ୟାଚରେ ସମୟରେ ଅନେକ ଥର କ୍ୟାମେରାରେ ସ୍ପଟ୍ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ । ନିକଟରେ ଅଭିନେତ୍ରୀଙ୍କର ଅନେକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସବୁଠୁ ଚର୍ଚ୍ଚାରେ ରହିଥିଲା ଉର୍ବଶୀ ଓ ନାସିମ ଶାହାଙ୍କର ଏକ ରୋମାଣ୍ଟିକ୍ ଭଡିଓ । ଯଦିଓ ଏହା ଏକ ଏଡିଟେଡ୍ ଭିଡିଓ ଥିଲା । ଏବେ ପୁଣି ନାସିମ ଓ ଉର୍ବଶୀ ରୌତେଲାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Naseem Shah And Urvashi Rautela


ଏସିଆ କପର ଫାଇନାଲ୍ ତ ଶେଷ ହୋଇଛି ହେଲେ ଆରମ୍ଭ ହୋଇଯାଇଛି ଏକ ନୂଆ ସମ୍ପର୍କ । ଏହା ଆମେ ନୁହେଁ ସୋସିଆଲ ମିଡିଆ ୟୁଜର୍ସ ଡିମାଣ୍ତ କରୁଛନ୍ତି । ଆଉ ତାହା ବି ପୁରା ପ୍ରମାଣ ସହ । ନିକଟରେ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି ନାସିମ ଓ ଉର୍ବଶୀ । ଯାହାକୁ ନେଇ ଏବେ ଉଭୟ ଲାଇମଲାଇଟରେ ଅଛନ୍ତି । ସୂଚନାଥାଉ ଯେ, ଯେତେବେଳେ ନାସିମଙ୍କୁ ତାଙ୍କର ଓ ଅଭିନେତ୍ରୀ ଉର୍ବଶୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପଚରା ଯାଇଥିଲା ସେତେବେଳେ କ୍ରିକେଟର କହିଥିଲେ ଉର୍ବଶୀ କିଏ ସେ ଜାଣି ନାହଁନ୍ତି । ହେଲେ ବର୍ତ୍ତମାନ ଅଭିନେତ୍ରୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ଆରମ୍ଭ କରିଛନ୍ତି ନାସିମ ଯାହାର ଅନେକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏବେ ଏହି ଖବର ଭାଇରଲ ହେବା ସହ ଉଭୟଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡୁଛି । ଉର୍ବଶୀ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ପରେ ହିଁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ୪ ସେପ୍ଟେମ୍ବରରେ ଉର୍ବଶୀ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବା ପାଇଁ ପହଁଚିଥିଲେ । ମ୍ୟାଚ୍ ଶେଷ ହେବା ପରେ ଉର୍ବଶୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନାସିମଙ୍କର ଓ ତାଙ୍କର ଏକ ଭାଇରାଲ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଗୋଟେ ପଟେ ନାସିମ ହସୁଥିବା ଦେଖିବାକୁ ମିଳିଥିଲା ତ ଅନ୍ୟପଟେ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ଏଡିଟେଡ୍ ଭିଡିଓକୁ ନେଇ ଅନେକ ମିମସ୍ ମଧ୍ୟ ଦେଖିବା ପାଇଁ ମିଳିଥିଲା । ତେବେ ପୂର୍ବରୁ ଉର୍ବଶୀ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସମ୍ପର୍କକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଜୋରଧରିଥିଲା । ହେଲେ ଉଭୟ କେବେ ନିଜ ସମ୍ପର୍କ ବିଷୟରେ ଆଲୋଚନା କରିନାହଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+