ନିଜ ପ୍ରଶଂସକଙ୍କୁ ଏହି କାରଣରୁ ଚାପୁଡ଼ା ମାରିଲେ ଅଭିନେତା ନାନା ପାଟେକର, ଶେଷରେ ମାଗିଲେ କ୍ଷମା
Nana Patekar Viral Video: ଏକ ଭିଡିଓ ପାଇଁ ଆଜି ବଲିଉଡ ଅଭିନେତା ନାନା ପାଟେକର ହେଡଲାଇନରେ ଅଛନ୍ତି । ବାସ୍ତବରେ ଏହି ଭିଡିଓରେ ବାରାଣାସୀରେ ଚଳଚ୍ଚିତ୍ର 'ଜର୍ଣ୍ଣି' ର ଶୁଟିଂ ସମୟରେ ଅଭିନେତା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିବାର ଦେଖିବାକୁ ମିଳୁଛି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ କରାଯାଉଛି । ବର୍ତ୍ତମାନ ଅଭିନେତା ଏକ ଭିଡିଓ ରିଲିଜ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି ।
ଏହି ଭାଇରାଲ ଭିଡିଓ ପରେ ନାନା ପାଟେକର ନିଦ ସଫେଇରେ କହିଛନ୍ତି, 'ମୁଁ ଜଣେ ଯୁବକଙ୍କୁ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ହେଲେ ଏହା ଜାଣିସୁଣି କରି ନାହିଁ । ଆମ ଫିଲ୍ମର ସିନ୍ ଅନୁସାରେ ଏହା ଆରମ୍ଭ ହୋଇଥିଲା । ସିନ୍ ଅନୁସାରେ, ମୋତେ ଜଣେ ଯୁବକଙ୍କୁ ମାରିବାର ଥିଲା ଯାହା ମୋତେ ନିର୍ଦ୍ଦେଶକ କହିଥିଲେ । ଯାହା ପରେ ଉକ୍ତ ଯୁବକ ଜଣକ ମୋ ପାଖକୁ ଆସିଥିଲେ ଏବଂ ମୁଁ ଫିଲ୍ମର ସିନ୍ ଭାବି ତାଙ୍କୁ ଏକ ଚାପୁଡ଼ା ମାରିଥିଲି । ହେଲେ ପରେ ମୁଁ ଜାଣିଥିଲି ଯେ, ସେ ଆମ କ୍ରିଉ ମେମ୍ବର ନୁହନ୍ତି, ସେ ମୋର ଜଣେ ପ୍ରଶଂସକ ଥିଲେ । '

ଅଭିନେତା ଆଗକୁ କହିଛନ୍ତି ଯେ ଏହା ଜାଣିବା ପରେ ସେ ତୁରନ୍ତ ଉକ୍ତ ଯୁବକଙ୍କୁ ଖୋଜିଥିଲେ ହେଲେ ସେ ଆଉ ତାଙ୍କୁ ପାଇନଥିଲେ । ଅନ୍ୟପଟେ ଯୁବକ ଜଣଙ୍କର ସାଙ୍ଗ ଏହି ଭିଡିଓ ରେକର୍ଡ କରି ଭାଇରାଲ କରିଦେଇଥିଲେ । ଅଭିନେତା ଆହୁରି କହିଛନ୍ତି, ମୁଁ କାହାକୁ ସେଲଫି ନେବାକୁ ମନା କରିନାହିଁ । ଏହା ଭୁଲରେ ହୋଇଯାଇଛି । ମୋତେ କ୍ଷମା କରନ୍ତୁ । ଭବିଷ୍ୟତରେ ଏପରି ଭୁଲ ଆଉ ହେବ ନାହିଁ ।
ସେହିପରି ପୂର୍ବରୁ ଫିଲ୍ମ ନିର୍ମାତା ଅନିଲ ଶର୍ମା ମଧ୍ୟ ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଛନ୍ତି, "ମୁଁ ଏହି ଖବର ବିଷୟରେ ଜାଣିଥିଲି। ମୁଁ ସେହି ଭିଡିଓ ଦେଖିଛି। ନାନା କାହାକୁ ଚାପୁଡ଼ା ମାରି ନାହାଁନ୍ତି। ଏହା ଏକ ଫିଲ୍ମର ଏକ ଅଂଶ ଯାହାକି ଶୁଟିଂ ମଧ୍ୟ ଚାଲିଥିଲା । ସେହି ସମୟ ମଧ୍ୟରେ ନାନା ପାଟେକର ତାଙ୍କର ସଂକ୍ଷିପ୍ତ କାର୍ଯ୍ୟ ଶେଷ କରୁଥିଲେ। "
ସୂଚନାଥାଉ ଯେ, ନିକଟରେ 'ଦ ଭ୍ୟାକ୍ସିନ ୱାରରେ' ନାନା ପାଟେକରଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଅନିଲ ଶର୍ମାଙ୍କ ଫିଲ୍ମ 'ଜର୍ଣ୍ଣି'ଶୁଟିଂରେ ବିଜି ଅଛନ୍ତି । ବର୍ତ୍ତମାନ ଫିଲ୍ମର ଶୁଟିଂ ବାରାଣସୀରେ ଜାରି ରହିଛି । ଏହି ଭାଇରାଲ ଭିଡିଓ ମଧ୍ୟ ଉକ୍ତ ସ୍ଥାନର । ତେବେ ଏହା ପୂର୍ବରୁ ମଧ୍ୟ ଅଭିନେତା ନାନା ପାଟେକର ଅନେକ ବିବାଦରେ ଛନ୍ଦି ହୋଇ ସାରିଛନ୍ତି ।












Click it and Unblock the Notifications