ଶୋଭିତା-ନାଗାଙ୍କର ସରିଲା ନିର୍ବନ୍ଧ, ଦେଖନ୍ତୁ ପ୍ରଥମ ଫଟୋ

Naga Chaitanya Sobhita Engagement: ତେଲୁଗୁ ଅଭିନେତା ନାଗା ଚୈତନ୍ୟ 'ମେଡ୍ ଇନ୍ ହେବନ' ତାରକା ଶୋଭିତା ଧୁଲିପାଲାଙ୍କ ପ୍ରେମକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସମସ୍ତ ଗୁଜବ ସତ ହୋଇଛି । ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁଙ୍କ ଉପସ୍ଥିତିରେ ଆଜି ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ରର ତିନି ବର୍ଷ ପରେ ନାଗା ଚୈତନ୍ୟା ଶୋଭିତା ଧୁଲିପାଲାଙ୍କ ହାତ ଧରିଛନ୍ତି ।

Naga Chaitanya


ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ନିର୍ବନ୍ଧ ଶେଷ ହୋଇଛି ହେଲେ ଉଭୟଙ୍କ ବିବାହକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଫ୍ୟାନ୍ସ ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦମ୍ପତି ବିବାହ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟ କିମ୍ବା ଶୋଭିତା ସେମାନଙ୍କ ସମ୍ପର୍କକୁ ନେଇ କୌଣସି ସୂଚନା ଦେଇ ନାହାଁନ୍ତି । ବର୍ତ୍ତମାନ ନିର୍ବନ୍ଧ ସହ ଏହି ଷ୍ଟାର କପଲଙ୍କର ଏକ ଭ୍ୟାକେସନର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନାଗା ଚୈତନ୍ୟଙ୍କ ପ୍ରଥମ ବିବାହ ସମନ୍ଥା ରୁଥ ପ୍ରଭୁଙ୍କ ସହ ୨୦୧୭ ମସିହାରେ ହୋଇଥିଲା। ହେଲେ ୨ ଅକ୍ଟୋବର ୨୦୨୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ଛାଡପତ୍ର ହେବାର କିଛି ମାସ ପରେ ନାଗା ଏବଂ ଭେଟ୍ ହୋଇଥିଲା । ପ୍ରାୟ ମେ ମାସରେ ନାଗା ଏବଂ ଶୋଭିତା ହାଇଦ୍ରାବାଦରେ ପ୍ରଥମ ଥର ଏକାଠି ଦେଖା ହୋଇଥିଲେ, ଯେଉଁଠି ଶୋଭିତା ତାଙ୍କ ଚଳଚ୍ଚିତ୍ର ମେଜରଙ୍କୁ ପ୍ରମୋଟ୍ କରୁଥିଲେ।

Naga Chaitanya

ରିପୋର୍ଟ ଅନୁସାରେ, ଫିଲ୍ମ ପ୍ରମୋସନ ପାଇଁ ସହରରେ ଥିବା ସମୟରେ ଅଭିନେତ୍ରୀ ନାଗା ଏବଂ କିଛି ସାଙ୍ଗଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ସେମାନଙ୍କର ବନ୍ଧୁତା ଗଭୀର ହୋଇଥିଲା ଏବଂ ଏହା ପରେ ଉଭୟ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+