ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ନାଗା ଚୈତନ୍ୟ ଏବଂ ଶୋଭିତା
Naga Chaitanya, Sobhita Dhulipala Wedding: ନାଗା ଚୈତନ୍ୟ ଏବଂ ଶୋଭିତା ଆଜି ଅର୍ଥାତ୍ ଡିସେମ୍ବର ୪ ତାରିଖରେ ବିବାହ କରିବା ପାଇଁ ଯାଉଛନ୍ତି । ଆଇକନିକ୍ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସମସ୍ତ ରିତିନୀତି ଅନୁସାରେ ଉଭୟ ବିବାହ କରିବେ । ଗତ କିଛି ଦିନ ହେବ ନାଗା ଏବଂ ଶୋଭିତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି । ସୋସିଆଲ ମିଡିଆରେ ଉଭୟଙ୍କର ବିବାହ କାର୍ଯ୍ୟକ୍ରମର ଅନେକ ଫଟୋ ଭାଇରାଲ ହେଉଛି । ଖବର ରହିଛି ଯେ, ଉଭୟଙ୍କ ବିବାହରେ ଅନେକ ସେଲିବ୍ରିଟି ଯୋଗ ଦେବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହରେ ପୁଷ୍ପା-୨ ତାରକା ଆଲୁ ଅର୍ଜୁନ ତାଙ୍କ ପରିବାର ସହିତ ଯୋଗ ଦେବେ ସେହିପରି ଚିରଞ୍ଜୀବୀ, ରାମ ଚରଣ ଏବଂ ଉପସାନା, ମହେଶ ଏବଂ ନମ୍ରତା, ପ୍ରଭାସ, ଏସ୍ ରାଜାମୌଲି, ପିଭି ସିନ୍ଧୁ, ନୟନତାରା, ଏନଟିଆରଙ୍କ ସମେତ ଅନେକ ବଡ଼ ବଡ଼ ସାଉଥ୍ ସୁପରଷ୍ଟାର ଉଭୟଙ୍କ ବିବାହରେ ଯୋଗ ଦେବେ ।
ନିକଟରେ ଶୋଭିତା ତାଙ୍କ ପାରମ୍ପାରିକ ବ୍ରାଇଡାଲ୍ ସାୱାର ପାଳନ କରିଥିଲେ । ଅଭିନେତ୍ରୀ ସୋସିଆଲ ମିଡିଆରେ ଏହାର ସୁନ୍ଦର ଫଟୋ ସେୟାର କରିଥିଲେ । ଏହି କାର୍ଯ୍ୟରେ ଶୋଭିତା ନାଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଥିଲେ ।












Click it and Unblock the Notifications