Naga Chaitanya-Sobhita Dhulipala Wedding: ୮ ଘଣ୍ଟା ଧରି ହେବ ବିବାହ, ଯୋଗ ଦେବେ କିଛି ଖାସ୍ ଅତିଥି
Naga Chaitanya-Sobhita Dhulipala Wedding Details: ଆଜି ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ପଡିବ ହାତଗଣ୍ଠି । ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇସାରିଛି । ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆଇକନିକ୍ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ସେହିପରି କୁହାଯାଉଛି ଏବାହ ପ୍ରାୟ ୮ ଘଣ୍ଟା ଧରି ଜାରି ରହିବ ।
ଅନ୍ୟପକ୍ଷରେ ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ସିନେମା ଇଣ୍ତଷ୍ଟ୍ରୀର ବଡ଼ ବଡ଼ କଳାକାର । ଯାହାର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି । ଆଲ୍ଲୁ ଅର୍ଜୁନ, ଚିରଞ୍ଜୀବୀ, ରାମଚରଣ ଏବଂ ଉପସାନା, ମହେଶ ବାବୁ ଏବଂ ନମ୍ରତା, ପ୍ରଭାସ, ଏସ୍ ରାଜାମୌଲି, ପିଭି ସିନ୍ଧୁ, ନୟନତାରା, ଅକିନେନି ନିଜ ପରିବାର ସହ ଏହି ଷ୍ଟାରଙ୍କ ବିବାହରେ ଯୋଗ ଦେବେ ।

ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଅନୁଷ୍ଠିତ ହେବ । ୧୯୭୬ ମସିହାରେ ନାଗା ଚୈତନ୍ୟଙ୍କ ଜେଜେବାପା ଅକ୍କିନେନି ନାଗେଶ୍ୱର ରାଓଙ୍କ ଦ୍ୱାରା ଅନ୍ନପୂର୍ଣ୍ଣା ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଥିଲା । ଏହି ବିବାହରେ ନାଗାଚୈତନ୍ୟ ଏବଂ ଶୋଭିତାଙ୍କ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେବେ । ଶୋଭିତା-ନାଗାଙ୍କ ବିବାହ ୮ ଘଣ୍ଟା ଧରି ଚାଲିବ ବୋଲି ଖବର ରହିଛି ।
ସାଉଥର ପ୍ରସିଦ୍ଧ ଅଭିନେତା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ । ସେ ପୂର୍ବରୁ ପ୍ରସିଦ୍ଧ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ୍ଙ୍କୁ ବିବାହ କରିଥିଲେ । ହେଲେ କିଛି ବ୍ୟକ୍ତିଗତ କାରଣରୁ ଉଭୟଙ୍କର ଛାଡପତ୍ର ହୋଇଥିଲେ।












Click it and Unblock the Notifications