ଏହି ତାରିଖରେ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ଭାଇରାଲ ହେଉଛି ବିବାହ କାର୍ଡ
Naga Chaitanya-Sobhita Dhulipala Wedding Card: ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ୍ ଶୀଘ୍ର ନିଜ ପ୍ରେମୀକା ଶୋଭିତା ଧୁଲିପାଲଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ସୋସିଆଲ ମିଡିଆରେ ନାଗା ଚୈତନ୍ୟଙ୍କ ବିବାହ କାର୍ଡ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏହି ଷ୍ଟାର କପଲଙ୍କ ବିବାହ ତାରିଖ ସହ ସମସ୍ତ ଡିଟେଲସ୍ ବିବରଣୀ ରହିଛି ।
ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲଙ୍କ ବିବାହ କାର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ ହେଉଛି। ଶୋଭିତା ଏବଂ ନାଗା ଚୈତନ୍ୟଙ୍କ ନାଁ ସହିତ ଉଭୟଙ୍କ ପିତାମାତାଙ୍କ ନାମ କାର୍ଡରେ ରହିଛି । ଏହି କାର୍ଡରେ ଲେଖାଯାଇଛି ଶୋଭିତା ଏବଂ ନାଗା ଚୈତନ୍ୟଙ୍କ ବିବାହ ତାରଖ ଘୋଷଣା କରି ଆମେ ଖୁସି ଅଛୁ। ଏହି ବିଶେଷ ଉତ୍ସବରେ ଆପଣ ମାନଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପ୍ରଶଂସନୀୟ ।

ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ କାର୍ଡରେ ପାରମ୍ପାରିକ ସାଉଥ୍ ଇଣ୍ତିଆ ଡିଜାଇନରେ ଝଲକ ଦେଖିବା ପାଇଁ ମିଳୁଛି । ମନ୍ଦିର ଘଣ୍ଟିର କାର୍ଡରେ ଦେଖିବା ପାଇଁ ମିଳୁଛି ଯାହା ଏକ ନୂତନ ଆରମ୍ଭର ପ୍ରତୀକ । ପିତ୍ତଳ ଦୀପ, ଗାଈ ଏବଂ ଫୁଲ ଏବଂ ପତ୍ର ମଧ୍ୟ ଦେଖିବା ପାଇଁ ମିଳୁଛି । ଏହି କାର୍ଡ ଖୁବ ଆକର୍ଷଣୀୟ ରହିଛି । ତେବେ କାର୍ଡରେ ଜାରି କରାଯାଇଥିବା ସୂଚନା ଅନୁସାରେ, ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ଡିସେମ୍ବର 4, 2024 ରେ ହେବ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନାଗା ଚୈତନ୍ୟ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଅଭିନେତା ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ 2017 ମସିହାରେ ବିବାହ କରିଥିଲେ। ତେବେ ବିବାହର ଚାରି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।












Click it and Unblock the Notifications