ବିବାହ ପୂର୍ବରୁ ହେଲା ଏପରି ଭବିଷ୍ୟବାଣୀ: ନାଗା ଚୈତନ୍ୟ ଏବଂ ଶୋଭିତା ବିବାହ ପରେ ହୋଇଯିବେ ଅଲଗା, ଆଷ୍ଟ୍ରୋଲଜର ହେଲେ ଗିରଫ
Naga Chaitanya-Sobhita Dhulipala Relationship: ନାଗା ଚୈତନ୍ୟ ଏବଂ ଶୋଭିତା ନିଜ ସମ୍ପର୍କ ପାଇଁ ଲାଇମ ଲାଇଟରେ ରହିଛନ୍ତି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ ହେଲେ ବେଶ୍ ପ୍ରାଇଭେଟ୍ ରଖିଥିଲେ ନିଜ ସମ୍ପର୍କ । ବର୍ତ୍ତମାନ ନାଗା ଏବଂ ଶୋଭିତାଙ୍କ ନିର୍ବନ୍ଧ ଶେଷ ହୋଇଛି । ସେମାନଙ୍କର ସମ୍ପର୍କକୁ ଉଭୟ ଅଫିସିଆଲ୍ କରିଛନ୍ତି। ନାଗାର୍ଜୁନ ନାଗା ଏବଂ ଶୋଭିତାଙ୍କ ବାହାଘର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ହେଲେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି ।

ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବାହାଘର ଫଟୋ ଭାଇରାଲ ହେବା ପରେ ଜଣେ ଜ୍ୟୋତିଷ ଏହି ଦମ୍ପତିଙ୍କ ସମ୍ପର୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ। ଯାହା ପରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି । କିଛି ଲୋକ ଏହି ସମ୍ପର୍କକୁ ନେଇ ଅସନ୍ତୁଷ୍ଟ କାରଣ ନାଗା ଏବଂ ସାମନ୍ଥା ଛାଡପତ୍ର । ନିକଟରେ ଜଣେ ଜ୍ୟୋତିଷ ନାଗା ଏବଂ ଶୋଭିତାଙ୍କ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ 2027 ରେ ଦୁହେଁ ଅଲଗା ହେବେ।












Click it and Unblock the Notifications