ନାଗା ଚୈତନ୍ୟ-ଶୋଭିତା ବିବାହ ରୀତିନୀତି, ଭାଇରାଲ ହେଲା ଫଟୋ
Naga Chaitanya Shobhita Dhulipala Wedding: ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ୍ ଶୀଘ୍ର ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ଉଭୟଙ୍କ ବିବାହ ସମାରୋହର ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଯାହା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶୋଭିତା ଧୁଲିପାଲା ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପାରିଛନ୍ତି । ତାଙ୍କର ଅଭିନୟ ଏବଂ ଫିଟନେସ୍ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ । ବର୍ତ୍ତମାନ ଅଭିନେତ୍ରୀ ଦକ୍ଷିଣ ଅଭିନେତା ନାଗା ଚୈତନ୍ୟଙ୍କ ସହ ତାଙ୍କ ବିବାହ କରିବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଏହାର ରୀତିନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ଶୋଭିତା ଧୁଲିପାଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ବେଶ ସୁନ୍ଦର ଲାଗୁଛନ୍ତି । କୋଟି କୋଟି ଫ୍ୟାନ୍ସ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଶୋଭିତା ଧୁଲିପାଲାଙ୍କ ସହ ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୁହେଁଙ୍କର ଛାଡପତ୍ର ହୋଇଛନ୍ତି ।












Click it and Unblock the Notifications