Get Updates
Get notified of breaking news, exclusive insights, and must-see stories!

ନାଗା ଚୈତନ୍ୟ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ପୋଷ୍ଟ

ଚଳଚ୍ଚିତ୍ରକୁ ୧୩ ବର୍ଷ ପୂରଣ ହୋଇଛି ଏହି ଖାସ ଦିନକୁ ସେଲିବ୍ରେଟ କରିବା ପାଇଁ ନାଗା ଚୈତନ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସହ ଜଡିତ କିଛି ପୋଷ୍ଟର ସେୟାର କରିଛନ୍ତି ।

Naga- Samantha

ମୁମ୍ବାଇ: ସମନ୍ଥା ରୁଥ ପ୍ରଭୁ ତେଲୁଗୁ ଚଳଚ୍ଚିତ୍ର 'ୟେ ମାୟା ଚେସାଭେ'ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ବା କହିବାକୁ ଗଲେ ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂଆ ପରିଚୟ ଦେଇପାରିଥିଲା । ଏହାରି ମଧ୍ୟରେ ଏହି ଚଳଚ୍ଚିତ୍ର ରିଲିଜ ହେବାର ୧୩ ବର୍ଷ ପୂର୍ଣ୍ଣ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ସମନ୍ଥା- ନାଗା ଚୈତନ୍ୟଙ୍କୁ ପ୍ରଥମ ଥର ଏକାଠି ଦେଖିବା ପାଇଁ ମିଳିଥିଲା । ଏହି ଯୋଡି ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ସାଉଁଟିଥିଲା ଏବଂ ଏହି ଚଳଚ୍ଚିତ୍ରଟି ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରକୁ ୧୩ ବର୍ଷ ପୂରଣ ହୋଇଛି ଏହି ଖାସ ଦିନକୁ ସେଲିବ୍ରେଟ କରିବା ପାଇଁ ନାଗା ଚୈତନ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସହ ଜଡିତ କିଛି ପୋଷ୍ଟର ସେୟାର କରିଛନ୍ତି ।

ନାଗା ଚୈତନ୍ୟ ଏହି ଚଳଚ୍ଚିତ୍ରର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି । ୨୦୧୦ରେ ମୁକ୍ତିଲାଭ କରିଥିବା 'ୟେ ମାୟା ଚେସାଭେ' ସମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ପ୍ରଥମ ଚଳଚ୍ଚିତ । ଚଳଚ୍ଚିତ୍ରରେ ସମନ୍ଥାଙ୍କ ଚରିତ୍ର ଏବଂ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା । ଏହି ଫିଲ୍ମର ସଫଳତା ପରେ ଏହି ସୁପହହିଟ୍ ଯୋଡିକୁ ଅନେକ ସିନେମାରେ ଏକାଠି ଦେଖିବା ପାଇଁ ମିଳିଥିଲା ।

ସମନ୍ଥା ରୁଥ ପ୍ରଭୁ ମଧ୍ୟ ଫିଲ୍ମର ୧୩ ବର୍ଷ ପରୂଣ ଅବସରରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ ଏହି ପ୍ରେମ ଅନୁଭବ କରୁଛି । ଏହା ହିଁ ମୋତେ ଆଗକୁ ବଢିବାରେ ସାହାଯ୍ୟ କରିଛି । ମୁଁ ତୁମ ପାଇଁ ଏଠି ପହଁଚିପାରିଛି । ୧୩ ବର୍ଷ ବିତିଗଲାଣି ହେଲେ ଆମେ ବର୍ତ୍ତମାନ ଆରମ୍ଭ କରୁଛୁ ।

ବର୍ତ୍ତମାନ ନାଗା ଚୈତନ୍ୟ ତାଙ୍କ ଆଗାମୀ ତାମିଲ-ତେଲୁଗୁ ଚଳଚ୍ଚିତ୍ର 'କଷ୍ଟେଡି'ର ସୁଟିଂ ରେ ବିଜି ଅଛନ୍ତି । ନିକଟରେ ଫିଲ୍ମ ନିର୍ମାତାମାନେ ଏକ ଭିଡିଓ ସେୟାର କରି ସୁଟିଂ ସରିଥିବା ନେଇ ସୂଚନା ଦେଇଥିଲେ । ଭେଙ୍କଟ ପ୍ରଭାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କ୍ରିତି ଶେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସେହିପରି ସମନ୍ଥା ରୁଥ ପ୍ରଭୁ 'ସିଟାଡେଲ ଇଣ୍ଡିଆ' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ବରୁଣ ଧୱନଙ୍କ ସହ ସ୍କ୍ରିନ୍ ସେୟାର କରିବା ପାଇଁ ଯାଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+