ସମନ୍ଥା-ନାଗା ଚୈତନ୍ୟଙ୍କ ବିବାହକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ: ବର୍ଷିଲେ ଅଭିନେତା, କ୍ଷମା ମାଗିଲେ କୋଣ୍ଡା ସୁରେଖା

Naga Chaitanya: ସମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟ ପୁଣି ରହିଛନ୍ତି ଚର୍ଚ୍ଚାରେ । 2021 ମସିହାରେ ଏହି ଦମ୍ପତି ପରସ୍ପରଠୁ ଛାଡପତ୍ର ନେବାର ନିଷ୍ପତ୍ତି ନେଇଥିଲେ । ଉଭୟ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବା ଆରମ୍ଭ କରିଛନ୍ତି । ନାଗା ଚୈତନ୍ୟ ମଧ୍ୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ବିବାଦ ଲାଗି ରହିଛି। ତେଲେଙ୍ଗାନା ମନ୍ତ୍ରୀ କେ ସୁରେଖା ଏକ ନିଜର ଏକ ବିବୃତ୍ତିରେ କହିଛନ୍ତି, ସମନ୍ଥା ଏବଂ ନାଗା ଛାଡପତ୍ର ହେବାର କାରଣ ହେଉଛି ବିଆରଏସ ସଭାପତି କେ.ଟି ରାମା ରାଓ। କୋଣ୍ଡା ସୁରେଖାଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମନ୍ଥା ଏବଂ ନାଗା ଚୈତନ୍ୟ ଏପରି ବୟାନର ନିନ୍ଦା କରିଛନ୍ତି ।


ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବଦା ନୀରବତା ବଜାୟ ରଖିବା ପସନ୍ଦ କରନ୍ତି । ସେ ସମନ୍ଥାଙ୍କ ସହ ନିଜ ଡିଭୋର୍ସକୁ କେବେ ଅଧିକ ଆଲୋଚନା କରନ୍ତି ନାହିଁ । ହେଲେ କୋଣ୍ଡା ସୁରେଖାଙ୍କ ବିବୃତ୍ତି ପରେ ନାଗା ନିଜ ନିରବତାକୁ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି ।

Naga Chaitanya


ନାଗା ଚୈତନ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଛାଡପତ୍ରର ପରି ନିଷ୍ପତ୍ତି ହେଉଛି କୌଣସି ବ୍ୟକ୍ତିର ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ ନିଷ୍ପତ୍ତି । ବହୁ ବିଚାର ବିମର୍ଶ ପରେ, ମୋର ପୂର୍ବ ପତ୍ନୀ ଏବଂ ମୁଁ ଭଲ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମର ଭିନ୍ନ ଜୀବନ ଲକ୍ଷ୍ୟର ସ୍ୱାର୍ଥରେ ଶାନ୍ତିପୂର୍ଣ୍ଣ ଭାବରେ ନିଷ୍ପତ୍ତି ନେଇଥିଲୁ । ଉଭୟ ଆଗକୁ ବଢିବାର ନିଷ୍ପତ୍ତି ନେଇଥିଲୁ । ଚୈତନ୍ୟ କହିଛନ୍ତି ଯେ ତାଙ୍କ ଛାଡପତ୍ରକୁ ନେଇ କରାଯାଉଥିବା ରାଜନୀତି ଭିତ୍ତିହୀନ। "ଏପର୍ଯ୍ୟନ୍ତ ଅନେକ ଭିତ୍ତିହୀନ ଏବଂ ଖୋଲା ଗୁଜବ ସାମ୍ନାକୁ ଆସିଛି। ମୋର ପ୍ରଥମ ପତ୍ନୀ ଏବଂ ମୋ ପରିବାର ପ୍ରତି ଗଭୀର ସମ୍ମାନ ହେତୁ ମୁଁ ଏହି ସମୟ ମଧ୍ୟରେ ଚୁପ୍ ରହିଲି।

ନାଗା ଆହୁରି ଲେଖିଛନ୍ତି- 'ଆଜି ମନ୍ତ୍ରୀ କୋଣ୍ଡା ସୁରେଖା ଗାରୁଙ୍କ ଦାବି କେବଳ ମିଥ୍ୟା ନୁହେଁ, ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ଏବଂ ଗ୍ରହଣୀୟ ନୁହେଁ।' ସେ କହିଛନ୍ତି ଯେ ଏଭଳି ବିବୃତ୍ତି କେବଳ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଘାତ ଦେଇନଥାଏ, ବରଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଟିପ୍ପଣୀ ଦିଆଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+