ନାଗା ଚୈତନ୍ୟଙ୍କ ବରଯାତ୍ରୀ ଭିଡିଓ ହେଲା ଭାଇରାଲ
Bollywood News: ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ସହ ନର୍ବନ୍ଧ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ସାଉଥ ଅଭିନେତା ନାଗା ଚୈତନ୍ୟ । ଏହି ଦମ୍ପତିଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ରଶଂସକମାନେ ମଧ୍ୟ ସେମାନଙ୍କର ବିବାହ ତାରିଖ ଜାଣିବାକୁ ବେଶ ଉତ୍ସାହିତ ଅଛନ୍ତି । ନିକଟରେ ନାଗା ଚୈତନ୍ୟଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ବର ଯାତ୍ରୀ ନେଇ ଯାଉଥିବା ଦେଖିବା ପାଇଁ ମିଳିଥିଲା । ଭିଡିଓଟି ଭାଇରାଲ ହେବା ପରେ ଲାଗିଥିଲା ଯେପରି ସେ ବିବାହ କରିବା ପାଇଁ ଯାଉଛନ୍ତି । ହେଲେ ଏହା ଥିଲା ଏକ ଟିଜର, ଯେଉଁଥିରେ ସେ ନିଜ ବିବାହ ତାରିଖ ଘୋଷଣା କରିଥିଲେ ।
ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ନାଗାଙ୍କ ବରଯାତ୍ରୀ ଭିଡିଓ ଏକ ରହର୍ସଲ ଥିଲା । ଯେଉଁଥିରେ ଅଭିନେତା କହିଥିଲେ ଯେ, ତାଙ୍କ ବିବାହ ତାରିଖ ପାଖେଇ ଆସୁଛି । ଏଥି ସହିତ ଅଭିନେତା ଏହା ମଧ୍ୟ କହିଥିଲେ ଯେ, ସେ ଏହି ବିବାହ ଧୂମଧାମରେ କରିବେ ନାହିଁ ବରଂ ସମସ୍ତ ରୀତିନୀତି ଅନୁସରଣ କରାଯାଇ ପାରମ୍ପାରିକ ବିବାହ ହେବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନାଗା ଚୈତନ୍ୟ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ 2017 ମସିହାରେ ଅଭିନେତ୍ରୀ ସମନ୍ଥାଙ୍କୁ ବିବାହ କରିଥିଲେ । ବିବାହର ଚାରି ବର୍ଷ ପରେ, ଦୁହେଁ 2021 ରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ଅଗଷ୍ଟ 8 ରେ ନାଗା ଚୈତନ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ଶୋଭିତାଙ୍କ ସହ ନିର୍ବନ୍ଧ କରିଛନ୍ତି ।












Click it and Unblock the Notifications