'ଆଶିକୀ' ସଂଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋରଙ୍କ ପରଲୋକ

ବଲିଉଡର ସଂଗୀତଜ୍ଞ ନାଦିମ-ଶ୍ରାବଣଙ୍କ ଖ୍ୟାତି ଯୋଡି ସବୁଦିନ ପାଇଁ ଭାଙ୍ଗିଗଲା । ଗୁରୁବାର ସଂଗୀତଜ୍ଞ ଶ୍ରବଣ ରାଠୋରଙ୍କ କରୋନା କାରଣରୁ ମୃତ୍ୟୁ ଘଟିଛି।

ମୁମ୍ବାଇ: ବଲିଉଡର ସଂଗୀତଜ୍ଞ ନାଦିମ-ଶ୍ରାବଣଙ୍କ ଖ୍ୟାତି ଯୋଡି ସବୁଦିନ ପାଇଁ ଭାଙ୍ଗିଗଲା । ଗୁରୁବାର ସଂଗୀତଜ୍ଞ ଶ୍ରବଣ ରାଠୋରଙ୍କ କରୋନା କାରଣରୁ ମୃତ୍ୟୁ ଘଟିଛି। ଶ୍ରବଣ ରାଠୋରଙ୍କ ଶରୀରରେ ଅନେକ ଅଙ୍ଗ କରୋନା ଭୂତାଣୁ ପ୍ରଭାବ ହେତୁ କାର୍ଯ୍ୟ ବନ୍ଦ କରିଦେଇଥିଲା। ଗୁରୁବାର ରାତି ପ୍ରାୟ 9:30 ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Shravan Rathod

ତାଙ୍କ ମୃତ୍ୟୁ ପରେ ଶ୍ରାବଣଙ୍କ ପୁଅ ସଞ୍ଜୀବ କହିଛନ୍ତି ଯେ ତାଙ୍କ ପିତା କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ କୁମ୍ବ ମେଳାରୁ ଫେରିଥିଲେ । ଫେରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଥିଲା । ଯାହା ପରେ ଉଭୟେ କରୋନା ଟେଷ୍ଟ କରିଥିଲେ ଏବଂ ରିପୋର୍ଟ ପଜିଟିଭ ବାହାରିଲା ।

Shravan Rathod

1990 ଦଶକରେ ନାଦିମ-ଶ୍ରାବଣଙ୍କ ଯୋଡି ବଲିଉଡରେ ରାଜ କରୁଥିଲା । ଏହି ଦଶନ୍ଧିରେ ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ । ତାଙ୍କର ପ୍ରଥମ ପ୍ରମୁଖ ଚଳଚ୍ଚିତ୍ର ଯାହାର ସଙ୍ଗୀତ ବହୁତ ଲୋକପ୍ରିୟ ହେଲା ଆଶିକୀ । ଏହା ବ୍ୟତୀତ - 'ସାଜନ', 'ସଡକ', 'ଦିଲ୍ ହେ କି ମାନ୍ ତା ନେହିଁ', 'ଫୁଲ୍ ୱର କଣ୍ଟେ', 'ହମ୍ ହେ ରାହି ପ୍ୟାର୍ କେ', 'ରାଜା ହିନ୍ଦୁସ୍ତାନୀ', 'ରଙ୍ଗ', 'ରାଜ', 'ଧଡକ', 'ପରେଦସ୍', 'ଦିଲୱାଲେ' ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଥିଲେ। ଏହି ଯୋଡି ଏକ ସମୟରେ ବଲିଉଡର ସବୁଠାରୁ ସଫଳ ଏବଂ ଲୋକପ୍ରିୟ ସଙ୍ଗୀତ ରଚନା କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+