ଆଞ୍ଚଳିକ କଳାକାରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ : ଅନଲାଇନରେ ଶିଖିବେ ଅଭିନୟ

ଅଭିନୟ ପ୍ରତି ଆସକ୍ତି ରଖୁଥିବା କଳାକାର ମାନଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଛି ମୁମ୍ବାଇର 'ଏକଲବ୍ୟ ଅନଲାଇନ ସ୍କୁଲ୍ ଅଫ୍ ଡ୍ରାମା'

ମୁମ୍ବାଇ : ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ । ଏବେ ଅନଲାଇନରେ ଶିଖିପାରିବେ ଅଭିନୟ । ଅଭିନୟ ପ୍ରତି ଆସକ୍ତି ରଖୁଥିବା କଳାକାର ମାନଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଛି ମୁମ୍ବାଇର 'ଏକଲବ୍ୟ ଅନଲାଇନ ସ୍କୁଲ୍ ଅଫ୍ ଡ୍ରାମା' । ଅନଲାଇନ୍ ଜରିଆରେ ବିଭିନ୍ନ ଭାଷାରେ ଭିଡ଼ିଓ ଦେଖି କଳାକାରମାନେ ଅଭିନୟ ଶିଖିବା ସହ ନିଜର ପ୍ରତିଭା ଦେଖାଇପାରିବେ । ଏନେଇ ସୂଚନା ଦେଇଛନ୍ତି 'ଡ୍ରାମା ସ୍କୁଲ୍ ଅଫ୍ ମୁମ୍ବାଇ'ର ପ୍ରତିଷ୍ଠାତା ଜେହାନ୍ ମାନେକ୍ସା । ଗାଁ ଗହଳିର କଳାକାରଙ୍କ ପ୍ରତିଭାକୁ ବାହାରକୁ ଆଣିବା ସହ ସେମାନଙ୍କୁ ଆହୁରି ପ୍ରଶିକ୍ଷିତ କରାଇବା ନେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଏହା ଦ୍ୱାରା କଳାକାରମାନେ ଅନଲାଇନରେ ଭିଡ଼ିଓ ଜରିଆରେ କ୍ଲାସ କରିପାରିବେ ବୋଲି କହିଛନ୍ତି ଶ୍ରୀ ମାନେକ୍ସା ।
ଏହି ଅବସରରେ ଏକଲବ୍ୟ ସଂସ୍ଥାର ସହ-ପ୍ରତିଷ୍ଠାତା ମନୀଷ ବର୍ମା ଯୋଗ ଦେଇ କହିଛନ୍ତି, ଏକଲବ୍ୟଙ୍କ ଭଳି କଳାକାର ମାନେ ପ୍ରଶିକ୍ଷକ କିମ୍ବା ଗୁରୁଙ୍କ ବିନା କିପରି କଳାକାରମାନେ ଅଭିନୟ ଶିଖିପାରିବେ ସେ ନେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ।

ମନୋରଞ୍ଜନ

ଏହା ବ୍ୟତୀତ ସେମାନଙ୍କ ପ୍ରତିଭାକୁ ଲୋକଲୋଚନୁ ଆଣିବାରେ ଏହି ଏକଲବ୍ୟ କାର୍ଯ୍ୟକ୍ରମ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
ଏନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାର ବିଷୟ ଥିଲା ' ହାତ ପାହାନ୍ତାରେ ଥିଏଟର୍ ଏଜୁକେସନ୍ ' । କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି, କଳାକାରମାନଙ୍କୁ ହାତ ପାହାନ୍ତାରେ ଅଭିନୟ ଶିକ୍ଷା ପ୍ରଦାନ କରି ସେମାନଙ୍କ ଅଗ୍ରଗତି ଦିଗରେ ପ୍ରୋତ୍ସାହିତ କରିବା ବୋଲି କହିଛନ୍ତି ସଂସ୍ଥାର ସହ-ପ୍ରତିଷ୍ଠାତା ହିତଲ୍ ଭାରିଆ ।
ଆଜିର ଏହି କାର୍ଯ୍ୟକ୍ରମରେ ବଲିଉଡର ବିଶିଷ୍ଟ କଳାକାର ରିଚା ଚଡ୍ଡା, କୁନାଲ କପୁର ଏବଂ ସ୍ୱରା ଭାସ୍କର ପ୍ରମୁଖ ଯୋଗ ଦେଇ ଅଭିନୟ ଦିଗରେ ନିଜର ଅଭିଜ୍ଞତାକୁ ପ୍ରକାଶ କରିବା ସହ ଆଗାମୀ କଳାକାର ପିଢି ପାଇଁ ଏହି କାର୍ଯ୍ୟକ୍ରମ କିପରି ସହାୟକ ହେବ ସେ ନେଇ ନିଜର ମତ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+