ଆଲିଆ ଭଟ୍ଟଙ୍କ ଲିଭିଂ ରୁମର୍ ନେଉଥିଲେ ଫଟୋ, ଏବେ ମୁମ୍ବାଇ ପୋଲିସ ନେବ ଆକ୍ସନ !
ଫଟୋଗ୍ରାଫରଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ପାରନ୍ତି ଆଲିଆ ଭଟ୍ଟ । ମୁମ୍ବାଇ ପୋଲିସ ଦେଲା ସୂଚନା ।

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ବିନା ଅନୁମତିରେ ଫଟୋ ଉଠାଉଥିବା ଲୋକଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଥିଲେ । ଏହି ଘଟଣାରେ ଏବେ ମୁମ୍ବାଇ ପୋଲିସ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଯୋଗାଯୋଗ କରି ତାଙ୍କୁ ଅଭିଯୋଗ କରିବାକୁ କହିଛନ୍ତି ।
ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଖାର ପୋଲିସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଯୋଗାଯୋଗ କରି କହିଛନ୍ତି ଯେ, ଫଟୋଗ୍ରାଫରଙ୍କ ବିରୋଧରେ ଯଦି ସେ ଲିଖିତ ଅଭିଯୋଗ କରନ୍ତି ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବ ।
ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ଆଲିଆ ତାଙ୍କ ଶୋଇବା ଘରେ ଥିବା ସମରେ ସାନ୍ନା ଘର ବିଲ୍ଡିଂ ଛାତରୁ ଦୁଇ ଜଣ ବ୍ୟକ୍ତି ତାଙ୍କର ଫଟୋ ଉଠାଉଥିଲେ । ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିବା ସହ ଏପରି କାର୍ଯ୍ୟର ନିନ୍ଦା କରିଥିଲେ । ଆଲିଆଙ୍କ ପୋଷ୍ଟ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ଅଭିଯୋଗ ଦାଖଲ କରିବାକୁ ତାଙ୍କୁ କହିଥିଲେ ।
ଆଲିଆ ପୋଲିସ ସୂଚନା ଦେଇଛନ୍ତି ଯେ, ତାଙ୍କ PR ଟିମ୍ ଅନ୍ୟ ଏକ କୋଠାର ଫଟୋ ଉଠାଇବା ପାଇଁ ଠିଆ ହୋଇଥିବା ସଂଗଠନ ସହ ଯୋଗାଯୋଗରେ ଅଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଫଟୋ ଆଲିଆ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଏହା କିପରି ମଜାକ୍? ମୁଁ ଅପରାହ୍ନରେ ମୋ ବାସଭବନରେ ଆରାମରେ ବସିଥିଲି, ତା'ପରେ ମୁଁ ଅନୁଭବ କଲି ଯେ କେହି ମୋତେ ଦେଖୁଛନ୍ତି । ମୁଁ ଉପରକୁ ଚାହିଁଲି, ଦୁଇ ଜଣ ଲୋକ ପଡୋଶୀ ବିଲଡିଂରୁ ମୋର ଫଟୋ ଉଠାଉଛନ୍ତି ଏହା କିପରି ଦୁନିଆ, କାହାର ବ୍ୟକ୍ତିଗତ ଜୀବନ ନଷ୍ଟ କରିବା ପରି କାର୍ଯ୍ୟ ଏହା । ହେଲେ ଆଜି ସମସ୍ତ ସୀମା ଅତିକ୍ରମ କରିସାରିଛି । ଆଲିଆ ଏହି ପୋଷ୍ଟ ସେୟାର କରିବା ସହ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରିଥିଲେ । ଯାହା ପରେ ଆଲିଆଙ୍କୁ ସମର୍ଥନ ଜଣାଇ ଅନେକ ବଲିଉଡ ଅଭିନେତା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।












Click it and Unblock the Notifications