ସେ ଦିନ ରାତିର ସତ ବଖାଣିଲେ ସୈଫ୍ ଅଲ୍ଲି ଖାନ, ରେକର୍ଡ ହେଲା ଅଭିନେତାଙ୍କ ବୟାନ
Saif Ali Khan: ଜାନୁଆରୀ ୧୫ ତାରିଖ ମଧ୍ୟରାତ୍ରିରେ ଅଭିନେତା ସୈଫ୍ ଆଲ୍ଲି ଖାନଙ୍କ ଘରେ ପଶି ଜଣେ ବ୍ୟକ୍ତି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ଅଭିନେତା ତାଙ୍କ ମେରୁଦଣ୍ଡରୁ ଅସ୍ତ୍ରୋପଚାର କରାଯାଇ ଏକ ଛୁରୀର ଖଣ୍ଡ ମଧ୍ୟ ବାହାର କରାଯାଇଥିଲା। ସୈଫ୍ ୫ ଦିନ ପାଇଁ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଏବେ ପୋଲିସ ସୈଫ ଅଲ୍ଲୀ ଖାନଙ୍କ ବୟାନ ରେକର୍ଡ କରିଥିବା ନେଇ ସୂଚନା ରହିଛି ।
୧୧ତମ ମହଲାରେ ଥିବା ସୈଫ ଅଲ୍ଲି ଖାନଙ୍କ ଆପାର୍ଟମେଣ୍ଟରେ ୩ଟି ବେଡ୍ ରୁମ ରହିଛି । ଯେଉଁଥିରୁ କରୀନା ଏବଂ ସୈଫ ଗୋଟିଏ ଶୟନ କକ୍ଷ, ତୈମୁର ଦ୍ୱିତୀୟ କୋଠରୀରେ ରୁହନ୍ତି, ଯାହାଙ୍କ ପାଖରେ ତାଙ୍କ କେୟାରଟେକର ଗୀତା ମଧ୍ୟ ସେଠାରେ ରୁହନ୍ତି ଏବଂ ଜାହାଙ୍ଗୀର ତୃତୀୟ କୋଠରୀରେ ରୁହନ୍ତି ଏବଂ ତାଙ୍କର ଯତ୍ନ ନେଉଥିବା ବ୍ୟକ୍ତି, ଏଲିଆମା ଫିଲିପ୍ ମଧ୍ୟ ସେଠାରେ ରୁହନ୍ତି। ପୋଲିସ ସୂତ୍ର ଅନୁଯାୟୀ, ସୈଫ ଅଲ୍ଲୀ ଖାନ ତାଙ୍କ ବୟାନରେ ପୋଲିସକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ କରୀନା କପୁର ଖାନ ୧୧ତମ ମହଲାରେ ସେମାନଙ୍କ ଶୟନ କକ୍ଷରେ ଥିଲେ, ଯେତେବେଳେ ସେମାନେ ଜାହାଙ୍ଗୀରଙ୍କ ନାନି ଆଲିୟାମା ଫିଲିପ୍ଙ୍କ ଚିତ୍କାର ଶୁଣିଲେ।

ଶବ୍ଦ ଶୁଣି ସୈଫ୍ ଏବଂ କରୀନା ଜେହଙ୍କ ରୁମକୁ ଦୌଡ଼ି ଆସିଥିଲେ ଯେଉଁଠି ସେ ଆକ୍ରମଣକାରୀଙ୍କୁ ଦେଖିଲେ। ଘଟଣା ସମୟରେ ସୈଫ ସାନ ପୁଅ କାନ୍ଦୁଥିଲା ଏବଂ ଯେତେବେଳେ ଅଭିନେତା ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୈଫ୍ ତାଙ୍କୁ ଧରିଥିଲେ କିନ୍ତୁ ଆକ୍ରମଣକାରୀ ତାଙ୍କ ପିଠି, ବେକ ଏବଂ ହାତକୁ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ । ଉକ୍ତ ବ୍ୟକ୍ତି ଜଣକୁ ସୈଫ୍ ଧକ୍କା ମାରି ଜାହାଙ୍ଗୀରଙ୍କ କୋଠରୀରେ ବନ୍ଦ କରିଦେଇଥିଲେ, ଏବଂ ଘରର କର୍ମଚାରୀମାନେ ଜେହଙ୍କୁ ନେଇ ଦ୍ୱାଦଶ ମହଲାକୁ ପଳାଇ ଯାଇଥିଲେ।
ଶବ୍ଦ ଶୁଣିବା ପରେ, ଯେତେବେଳେ ଅନ୍ୟ କର୍ମଚାରୀ ରମେଶ, ହରି, ରାମୁ ଏବଂ ପାସୱାନ ତଳକୁ ଆସିଥିଲେ, ସେମାନେ ଦେଖିଲେ ଯେ ଆକ୍ରମଣକାରୀ ଯେଉଁ କୋଠରୀରେ ବନ୍ଦ ଥିଲା ସେ ଉକ୍ତ ସ୍ଥାନରୁ ପଳାଇ ଯାଇଥିଲା । ସବୁଠି ଖୋଜା ଖୋଜି କରିବା ସତ୍ୱେ ଅଭିଯୁକ୍ତ ପଳାଇ ଯିବାରେ ସଫଳ ହୋଇଥିଲା ।












Click it and Unblock the Notifications