Get Updates
Get notified of breaking news, exclusive insights, and must-see stories!

'The kerala story' ବିବାଦ: କ୍ରିୟୁ ସଦସ୍ୟଙ୍କୁ ମିଳିଲା ସୁରକ୍ଷା

the kerala story

ମୁମ୍ବାଇ:'The kerala story'କୁ ନେଇ ସାରା ଦେଶରେ ବିବାଦ ଲାଗି ରହିବା ସହ ଆରମ୍ଭ ହୋଇଯାଇଛି ରାଜନୀତି । ଉତ୍ତରପ୍ରେଦଶରେ ଏହି ଫିଲ୍ମକୁ ଟିକସ୍ ମୁକ୍ତ କାଯାଇଥିବା ବେଳେ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ତେବେ ବର୍ତ୍ତମାନ ସିନେମାକୁ ନେଇ ଏକ ନୂଆ ମାମାଲା ମୁଣ୍ତ ଟେକିଲାଣି ।

'The kerala story'ର କ୍ରିୟୁ ସଦସ୍ୟଙ୍କୁ ଧମକ ମିଳିବା ଆରମ୍ଭ ହୋଇଛି । ସିନେମାର ନିର୍ଦ୍ଦେଶକ ସୁଦିପ୍ତ ସେନ ଅଭିଯୋଗ କରିଛନ୍ତି ଯେ, ଜଣେ ଅଜଣା ବ୍ୟକ୍ତି ଫିଲ୍ମରେ କାମ କରୁଥିବା ଲୋକଙ୍କୁ ଧମକ ଦେଉଛନ୍ତି । ଯାହା ପରେ ମୁମ୍ବାଇ ପୋଲିସ ପକ୍ଷରୁ ଫିଲ୍ମର ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ ।

ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଫିଲ୍ମ 'ଦ କେରଳ ଷ୍ଚୋରୀକୁ'ନେଇ ବିବାଦ ଲାଗି ରହିଛି । ସୁପ୍ରିମକୋର୍ଟ ପରେ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ମାଡ୍ରାସ କୋର୍ଟ । ସେପଟେ ରିଲିଜ୍ ପରେ ଫିଲ୍ମଟି ଜବରଦସ୍ତ ଆୟ କରୁଛି । ଲୋକଙ୍କ ମଧ୍ୟ ଫିଲ୍ମ ଦେଖିବା ପାଇଁ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ସୂଚନାଥାଉ ଯେ, ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ ସରକରା ଏହାକୁ ଟ୍ୟାକ୍ସ ଫ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଯୋଗୀ ସରକାରଙ୍କ ପୁରା କ୍ୟାବିନେଟ୍ ସହ ଏହି ଫିଲ୍ମ ଦେଖିବେ ବୋଲି କୁହାଯାଇଛି ।

କୁହାଯାଉଛି ଯେ ୟୁପି ମ୍ୟୁନିସିପାଲିଟି ନିର୍ବାଚନ ସମାପ୍ତ ହେବା ପରେ ସିଏମ ଯୋଗୀ ଆଦିତ୍ୟନାଥ ସମଗ୍ର କ୍ୟାବିନେଟ ସହିତ 'କେରଳ କାହାଣୀ' ଦେଖିବେ । ଅପରପକ୍ଷରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+