ବଢିଲା ଅଭିତାଭ ବଚ୍ଚନଙ୍କ ସୁରକ୍ଷା, ମିଳିଲା X କ୍ୟାଟେଗୋରୀର ସୁରକ୍ଷା
ବଢିଲା ଅଭିତାଭ ବଚ୍ଚନଙ୍କ ସୁରକ୍ଷା, ମିଳିଲା X କ୍ୟାଟେଗୋରୀର ସୁରକ୍ଷା
ମୁମ୍ବାଇ: ବଲିଉଡର ବଡ ବଡ ଷ୍ଟାରଙ୍କ ସୁରକ୍ଷା ବ୍ୟବସ୍ତା ହେଲା କଡାକଡି । ମୁମ୍ବାଇ ପୋଲିସ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବଡ ତାରକାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ଗତକାଲି ସଲମାନ ଖାନଙ୍କୁ Y+ କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଥିଲା । ଏହାରି ମଧ୍ୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ରିପୋର୍ଟ ଅନୁସାରେ ବିଗ୍ ବିଙ୍କୁ X କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରାଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବଡ ବଡ ଅଭିନେତାମାନଙ୍କ ଜୀବନ ପ୍ରତି ପ୍ରାୟତଃ ବିପଦ ରହିଥାଏ । ସେଥିପାଇଁ କଳାକାରଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥାଏ । ଏହାପୂର୍ବରୁ ଅଭିତାଭ୍ ବଚ୍ଚନଙ୍କୁ ମୁମ୍ବାଇ ପୋଲିସର ସାଧାରଣ ସୁରକ୍ଷା ଦିଆଯାଇଥିଲା ।

ସଲମାନ ଖାନଙ୍କୁ Y + ବର୍ଗର ସୁରକ୍ଷା
ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ସୂଚନା ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ପୁଣି ଥରେ ଧମକ ମିଳିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପଛରେ ମଧ୍ୟ ଏହି ଗ୍ୟାଙ୍ଗର ହାତ ରହଛି ଓ ଏହା ପ୍ରମାଣିତ ମଧ୍ୟ ହୋଇସାରିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଅଭିନେତାଙ୍କ ସୁରକ୍ଷାକୁ ନେଇ କୌଣସି ଅବହେଳା କରିବା ପାଇଁ ଚାହୁଁ ନାହଁନ୍ତି । ସେଥିପାଇଁ ତାଙ୍କୁ Y + କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଛି ।
ଆପଣଙ୍କୁ ଜଣାଇବା ଯେ କୈଣସି ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯିବା ଉଚିତ୍ କି ନାହିଁ ତାହା ରାଜ୍ୟର ଗୁପ୍ତଚର ବିଭାଗର ରିପୋର୍ଟକୁ ନେଇ ନିଷ୍ପତ୍ତି ନିଆଯାଇଥାଏ । ଅମିତାଭଙ୍କ ବ୍ୟତୀତ ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ X ବର୍ଗର ସୁରକ୍ଷା ମଧ୍ୟ ଦେଇଛନ୍ତି । ଯାହା ଅନୁଯାୟୀ ୩ ଜଣ ପୋଲିସ୍ ଅକ୍ଷୟ କୁମାରଙ୍କ ସହିତ ତିନୋଟି ଭିନ୍ନ ସିଫ୍ଟରେ ରହିବେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications