ଶାହାରୁଖଙ୍କ ମ୍ୟାଜିକ୍! ଫିଲ୍ମ 'Mufasa'କଲା ୧୦୦ କୋଟି କ୍ଲବରେ ସାମିଲ୍

Mufasa Box Office Collection Day 11: ଶାହାରୁଖ ଖାନଙ୍କ ସ୍ୱରର ଅନେତ ଦିୱାନା । ଯାହାର ପ୍ରମାଣ ଦେଇଛି ତାଙ୍କ ଫିଲ୍ମ 'Mufasa'। ମୁଫାସା-ଦ ଲାୟନ କିଙ୍ଗ୍ ଭାରତୀୟ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ହଲିଉଡ୍ ଚଳଚ୍ଚିତ୍ର ଭାରତୀୟଙ୍କ ହୃଦୟ ଜିତିବାରେ ସଫଳ ହୋଇଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଫିଲ୍ମଟି ବକ୍ସଅଫିସରେ ଜୋରଦାର ଆୟ କରୁଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ଭାରତର 100 କୋଟି କ୍ଲବରେ ସାମିଲ ହୋଇଛି ।

ସପ୍ତାହ ଶେଷରେ ମୁଫାସାର ଆୟ ବୃଦ୍ଧି ପାଇଛି । ଏଥି ସହିତ ଏହି ଚଳଚ୍ଚିତ୍ର ସବୁ ସ୍ଥାନରେ ଲୋକପ୍ରିୟ ହୋଇପାରିଛି । ନୂଆ ବର୍ଷରେ ମଧ୍ୟ ଏହି ଚଳଚ୍ଚିତ୍ରର ରୋଜଗାରରେ ବୃଦ୍ଧି ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଏହି ଫିଲ୍ମ 100 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି ।

Mufasa Box Office Collection Day


ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ ମୁଫାସା ଏକାଦଶ ଦିନରେ 5.4 କୋଟି ଟଙ୍କା ସଂଗ୍ରହ କରିଛି। ଯାହା ପରେ ମୋଟ ସଂଗ୍ରହ 107.1 କୋଟି ଛୁଇଁଛି । ଯେଉଁଥିରେ 37 କୋଟି ହିନ୍ଦୀରେ, 37.15 କୋଟି ଇଂରାଜୀରେ, ତେଲୁଗୁରେ 14.35 କୋଟି ଏବଂ ତାମିଲରେ 18.5 କୋଟି ।

ମୁଫାସା ପ୍ରଥମ ସପ୍ତାହରେ 74.25 କୋଟି ଟଙ୍କା ସଂଗ୍ରହ କରିଥିଲା। ଏହା ପରେ ଅଷ୍ଟମ ଦିନରେ 6.25 କୋଟି, ନବମ ଦିନରେ 9.6 କୋଟି ଏବଂ ଦଶମ ଦିନରେ 11.6 କୋଟି ସଂଗ୍ରହ କରାଯାଇଥିଲା। ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରୁ ଭଲ ରୋଜଗାର କରୁଥିବା ଦେଖିବାକୁ ମିଳିଛି ।ମୁଫାସା ଭାରତରେ 100 କୋଟି ଟଙ୍କା ଅତିକ୍ରମ କରିଛି । କିଙ୍ଗ୍ ଖାନ ଏବଂ ତାଙ୍କ ଦୁଇ ପୁଅ ଏହି ସିନେମାରେ ସ୍ୱର ଦେଇଛନ୍ତି । ଯାହାକୁ ବେଶ୍ ପସନ୍ଦ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+