ବିରାଟ କୋହଲିଙ୍କ ପ୍ରେମରେ ପାଗଳ ଥିଲେ ଏହି ବଲିଉଡ ଅଭିନେତ୍ରୀ
Mrunal Thakur On Virat Kohli: ବଲିଉଡରୁ ସାଉଥ୍ ପର୍ଯ୍ୟନ୍ତ ସବୁଠି ନିଜ ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ରାଜ କରୁଥିବା ଅଭିନେତ୍ରୀ ମୃନାଲ ଠାକୁର କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ରର୍ଚ୍ଚାରେ ଅଛନ୍ତି । କାରଣ ନିକଟରେ ଭାରତୀୟ କ୍ରିକେଟର ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ନେଇ ଅଭିନେତ୍ରୀ ଦେଇଥିଲେ ଏକ ବଡ଼ ବିବୃତ୍ତି ।

ମୃନାଲ ଠାକୁର କହିଥିଲେ ଏକ ସମୟରେ ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରେମରେ ପାଗଳ ଥିଲେ। ଇନଷ୍ଟାଣ୍ଟ ବଲିଉଡ ଇନଷ୍ଟାଗ୍ରାମ ପୃଷ୍ଠାରେ ତାଙ୍କର ପୁରୁଣା ବିବୃତ୍ତି ଭାଇରାଲ ହେବା ପରେ ଏହି ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି ।
ଭାଇରାଲ ହେଉଥିବା ଏହି ପୁରୁଣା ଭଡିଓରେ ଅଭିନେତ୍ରୀ ମୃନାଲ ଠାକୁର କହିଥି, 'ମୁଁ କ୍ରିକେଟ୍ ସୁପରଷ୍ଟାର ବିରାଟ କୋହଲିଙ୍କୁ ପାଗଳ ପରି ଭଲପାଏ। ଏଥିରେ ବିରାଟ କୋହଲିଙ୍କ ଫଟୋ ସହ ମୃନାଲ ଠାକୁରଙ୍କର ଫଟୋ ମଧ୍ୟ ଲାଗିଥିବାର ଦେଖିବା ପାଇଁ ମିଳିଥିଲା । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ତେବେ ଏହି ପୋଷ୍ଟ ଲଗାତାର ଭାଇରାଲ ହେବା ପରେ ଶେଷରେ ଅଭିନେତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଏହାକୁ ବନ୍ଦ କର । ତାଙ୍କର ପ୍ରତିକ୍ରିୟା ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ସେ ଏହି ପୁରୁଣା ଭିଡିଓକୁ ନେଇ ଯମା ବି ଖୁସି ନାହାଁନ୍ତି ।












Click it and Unblock the Notifications