ପୁଣି ପଦାରେ ପଡିଲା ବଡ ଘର ଗୁମର କଥା: ଅଭିନେତ୍ରୀ ବର୍ଷାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅନୁଭବଙ୍କ ମା'
ବର୍ଷାଙ୍କୁ ନେଇ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମା'। ଘର ମରାମତି ପାଇଁ ବର୍ଷାଙ୍କୁ ବାପ ଘରକୁ ଯିବାକୁ କହୁଥିବା ବେଳେ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡୁ ନଥିବା ଅଭିଯୋଗ କରିଛନ୍ତି ଅନୁଭବଙ୍କ ମା'।
କଟକ : ଅନୁଭବ ଓ ବର୍ଷାକୁ ନେଇ ବିବାଦ ଥମିବାର ନା ଧରୁ ନାହିଁ । ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏଥିରେ ଆଜି ଯୋଡି ହୋଇଛନ୍ତି ଅନୁଭବଙ୍କ ମା' ମଧୁସ୍ମିତା ମହାନ୍ତି । ବର୍ଷାଙ୍କୁ ନେଇ ଅନୁଭବଙ୍କ ମା' ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁରୁଣା ଘରର ମରାମତି ପାଇଁ ସେ ବର୍ଷାଙ୍କୁ ଦଶ ଦିନ ପାଇଁ ବାପ ଘରକୁ ଯିବାକୁ କହୁଥିବା ବେଳେ ସେ ଘର ଛାଡୁ ନଥିବା ଅଭିଯୋଗ କରିଛନ୍ତି । ଏନେଇ ପୁରୀଘାଟ ଥାନାରେ ଅନୁଭବଙ୍କ ମା' ମଧୁସ୍ମିତା ଲିଖିତ ଅଭିଯୋଗ କରିଛନ୍ତି ।













Click it and Unblock the Notifications