ମଞ୍ଚରେ ମଲାଇକା-ନୋରାଙ୍କ ଯାଦୁ, ସୁନ୍ଦର ଡ୍ୟାନ୍ସରେ କଲେ ଫ୍ୟାନ୍ସଙ୍କୁ ମତୁଆଲା

ମଞ୍ଚରେ ମଲାଇକା-ନୋରାଙ୍କ ଯାଦୁ, ସୁନ୍ଦର ଡ୍ୟାନ୍ସରେ କଲେ ଫ୍ୟାନ୍ସଙ୍କୁ ମତୁଆଲା

ମୁମ୍ବାଇ: ଦୁଇ ଡ୍ୟାନ୍ସିଂ କୁଇନ୍ ଗୋଟିଏ ମଞ୍ଜରେ ଆସିଲେ ନଜର । ଏଥର୍ 'Moving In With Malaika'ରେ ଏକାଠି ଦେଖିବା ପାଇଁ ମିଳିବ ମଲାଇକା ଏବଂ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ । ଦୁଇ ଅଭିନେତ୍ରୀଙ୍କ ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ । ମଲାଇକା ଏବଂ ନୋରା ଫତେହିଙ୍କ ଚମତ୍କାର ଡ୍ୟାନ୍ସ, ଫ୍ୟାନ୍ସଙ୍କୁ କରୁଛି ମତୁଆଲା ।ନୋରା ଫତେହି ଏବଂ ମଲାଇକା ଆରୋରାଙ୍କ ସିଜଲିଂ ଡ୍ୟାନ୍ସ ଏଥର 'Moving In With Malaika'ରେ ଦେଖିବା ପାଇଁ ପାଇବେ ଦର୍ଶକ । ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରଠୁ ଶୋ'କୁ ନେଇ ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିଯାଇଛି । ସମସ୍ତେ ଏବେ ଅପେକ୍ଷା କରିଛନ୍ତି ଏହି ନୂଆ ଏପିସୋଡକୁ ।

Moving In With Malaika

ଏହି ଭିଡିଓଟି ରିଲିଜ୍ ହେବା ପରଠୁ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଡ୍ୟାନ୍ସ., ଅନ୍ଦାଜ୍, ଷ୍ଟାଇଲ୍, ବୋଲ୍ଡ ନେସରେ ଉଭୟ ପରସ୍ପରକୁ ଦେଉଛନ୍ତି କଡା ଟକ୍କର । ଏହି ଭିଡିଓରେ ୟୁଜର୍ସଙ୍କର ଜବରଦସ୍ତ ଲାଇକ ଓ କମେଣ୍ଟ ଦେଖିବା ପାଇଁ ମିଳୁଛି । ମଲାଇକାଙ୍କର ଏହି ଶୋ' ଡିଜନି ପ୍ଲସ୍ ହଟଷ୍ଟାରରେ ଡିସେମ୍ବର ୫ ତାରିଖରୁ ପ୍ରସାରିତ ହେଉଛି । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କୁ ଏହି ଶୋ'ଜରିଆରେ ଫ୍ୟାନ୍ସ ଅଧିକ ଭଲ ଭାବରେ ଜାଣିବାର ମୌକା ପାଇଛନ୍ତି ।

ମଲାଇକାଙ୍କର ଏହି ପ୍ରୋମୋରେ ସବୁ କିଛି ଏକଦମ୍ ପରଫେକ୍ଟ ରହିଛି । ଦୁଇ ଅଭିନେତ୍ରୀ ବେଶ୍ ବିନଦାସ ଅନ୍ଦାଜରେ ମଲାଇକାଙ୍କ ପ୍ରସିଦ୍ଧ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳୁଛି । ଏହି ଶୋ'ର ପୂର୍ବ ପ୍ରୋମୋରେ କରଣ ଜୋହରଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ସେହିପରି ପୂର୍ବରୁ କରୀନା କପୁର ଖାନ ମଲାଇକାଙ୍କର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା ଏବଂ ମଲାଇକା ଫରାହା ଖାନଙ୍କ ସହିତ ତାଙ୍କ ଜୀବନର ଅନେକ ବଡ ନିଷ୍ପତ୍ତି ବିଷୟରେ ଆଲୋଚନା କରୁଥିବାର ମଧ୍ୟ ନଜର ଆସିଥିଲେ । ହେଲେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଏହି ନୂଆ ପ୍ରୋମୋଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+