For Quick Alerts
Turn On Notification  
For Daily Alerts
Oneindia App Download

ରିଲିଜ୍ ହେଲା କୁଇନ୍ କଙ୍ଗନାଙ୍କ ଥଲାଇଭି: ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ

By Staff
|

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ବହୁ ପ୍ରତିକ୍ଷିତ ମୁଭି ଥଲାଇଭି ମୁକ୍ତିଲାଭ କରିସାରିଛି । ପ୍ରଥମ ଦିନ ସାରା ଭାରତରେ କଲେକ୍ସନ କରିଛି ୧.୨୫ କୋଟି ଟଙ୍କା । ହିନ୍ଦି ବେଲଟ୍ ତୁଳନାରେ ଦକ୍ଷିଣ ଭାରତରେ ଭଲ ବ୍ୟବସାୟ କରିଛି ଫିଲ୍ମ । ଥଲାଇଭି ସବୁଠାରୁ ଭଲ ପ୍ରଦର୍ଶନ ହୋଇଛି ତାଲିଲନାଡୁରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନକୁ ଆଧାରିତ ହୋଇଥିବା ଏହି ଚଳଚିତ୍ର ଜୟାଙ୍କ କର୍ମଭୂମୀ ତାଲିଲନାଡୁରେ ପ୍ରଥମ ଦିନ ଆଦାୟ କରିଛି ପ୍ରାୟ ୮୦ ଲକ୍ଷ ଟଙ୍କା । ଉତ୍ତର ଭାରତରେ ଫିଲ୍ମ ବ୍ୟବସାୟ କରିଛି ମାତ୍ର ୨୦ ଲକ୍ଷ ଟଙ୍କା ।

Thalaivi

ଏହିସବୁ ଫିଲ୍ମ ଯୋଗୁ ନିରାଶ ହେଲା ଥଲାଇଭି

କରୋନା ମହାମାରୀ ମଧ୍ୟରେ ରିଲିଜ୍ ହୋଇଥିବା ଥଲାଇଭି ବକ୍ସ ଅଫିସ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାର କାରଣ ହେଉଛି ଚଳିତ ସପ୍ତାହରେ ରିଲିଜ୍ ହୋଇଥିବା କିଛି ଚଳଚିତ୍ର । ଫାଷ୍ଟ୍ ଆଣ୍ଡ୍ ଫୁ୍ରିଅସ୍-୯, ଚେହେରେ ଏବଂ ବେଲ୍ ବଟମ୍ ଭଳି ଫିଲ୍ମ ସଦ୍ୟ ରିଲିଜ୍ ହୋଇ ଦର୍ଶକଙ୍କ ପସନ୍ଦ ହୋଇଛି । ଏହି ସବୁ ଚଳଚିତ୍ର ପ୍ରେକ୍ଷାଳୟରେ ଚାଲିଥିବା ବେଳେ ଥଲାଇଭି ରିଲିଜ୍ ହେବା ଯୋଗୁ ଏହାର ବ୍ୟବସାୟ ଉପରେ ପଡିଛି ପ୍ରତିକୂଳ ପ୍ରଭାବ ।

ଦମ୍ଦଡାର ଆକ୍ଟିଂ କରିଛନ୍ତି କଙ୍ଗନା:

thalaivi

ଚଳଚିତ୍ରରେ ବଲିଉଡ୍ କୁଇନ୍ କଙ୍ଗନା ରାନାୱତ୍ ଦମଦାର ଅଭିନୟ କରିଛନ୍ତି । ଜୋରଦାର୍ ଡାଏଲଗ୍ ସହିତ ଚମକ୍ରାର ଅଭିନୟ ତଥା କାହାଣୀ ଥଲାଇଭିକୁ ଅଧିକ ମଜଭୁତ କରିଛି । ସବୁଠରୁ ଗୁରୁତ୍ୱପୂର୍ଣ ହେଉଛି ଜୟାଙ୍କ ଭୂମିକରେ ପରଫେକଟ୍ ଦେଖାଯାଉଥିବା କଙ୍ଗନାଙ୍କ ମେକପ୍ । ସେହିପରି ଜୟାଙ୍କ ବାୟୋପିକ୍ ସଠିକ୍ ଅବତାରିତ କରିଛନ୍ତି କଙ୍ଗନା । ଧୀରଗତିରେ ବ୍ୟବସାୟ ଆରମ୍ଭ କରିଥିବା ଥଲାଇଭି ୱିକେଣ୍ଡ୍ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ପ୍ରଯୋଜକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Thalaivi Moview review: Kangana Ranaut performs perfect biopic of Jayalalitha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X